'ଭାଉଜଙ୍କ ପାଇଁ ମୁଁ ଆତ୍ମହତ୍ୟା କରୁଛି'... ଲାଇଭ୍ ଭିଡିଓରେ ବିଷ ପିଇ ଆତ୍ମହତ୍ୟା କଲେ ଦିଅର

Published By : Prameya-News7 Bureau | January 25, 2021 IST

ଢେଙ୍କାନାଳ ୨୫।୧: ସୋସିଆଲ ମିଡିଆରେ ଲାଇଭ୍ କରି ବିଷ ପିଇଲେ ଯୁବକ । ବିଷ ପିଇବା ବେଳର ଭିଜୁଆଲ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯୁବକ ଜଣଙ୍କ ବିଷ ପାନ କରୁଥିବା ସମୟର ୧ ମିନିଟ୍ ୪୭ ସେକେଣ୍ଡର ଲାଇଭ୍ ଭିଡିଓ କରିଛନ୍ତି । ତେବେ କିଛି ପାରିବାରିକ ବିବାଦକୁ ନେଇ ସେ ଚାପରେ ଥିବା ଭାଇରାଲ୍ ଭିଡିଓରୁ ଅନୁମାନ କରାଯାଉଛି । ଯୁବକ ଜଣଙ୍କ ଲାଇଭ୍ ଭିଡିଓରେ କହିଛନ୍ତି ଯେ, ତାଙ୍କ ଭାଉଜଙ୍କ ଲାଗି ସେ ଆତ୍ମହତ୍ୟା କରୁଛନ୍ତି । ଖାଲି ଭାଉଜ ନୁହେଁ, ତାଙ୍କ ସାଙ୍ଗରେ ଆଉ କିଛି ବ୍ୟକ୍ତିଙ୍କ ନାଁ ମଧ୍ୟ କହିଛନ୍ତି । ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଯୁବକ ଲାଇଭ୍‌ ଭିଡିଓରେ କହିଛନ୍ତି ।

ଯୁବକ ଜଣଙ୍କ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମର କୁନାଲ ସ୍ବାଇଁ ବୋଲି ଜଣାପଡିଛି । ରବିବାର ରାତିରେ ସେ ବିଷ ପିଇବା ପରେ ଗୁରୁତର ହୋଇପଡିଥିଲେ । ତାଙ୍କୁ ସାଙ୍ଗମାନେ କଟକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ସୋମବାର ସକାଳେ କଟକ ଏସସିବିରେ କୁନାଲଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କ ମୃତ୍ୟୁ ପରେ ଲାଇଭ୍ ଭିଡିଓଟି ଭାଇରାଲ୍ ହେବାରେ ଲାଗିଛି । ଘଟଣା ପ୍ରଘଟ ହେବା ପରେ ସଦର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.