ଯବାନଙ୍କ ପତ୍ନୀଙ୍କୁ ଲଜ୍ଜାଜନକ ଟିପ୍ପଣୀ କଲା କାଶ୍ମିରୀ ମୁସଲିମ୍ ଯୁବକ : ଗିରଫ

Published By : Prameya-News7 Bureau | June 26, 2019 IST

ଗୁଆହାଟୀ ୨୬/୬: ଜଣେ କାଶ୍ମିରୀ ଯୁବକ ଆସାମ ବାସିନ୍ଦା ଶହୀଦଙ୍କ ପତ୍ନୀଙ୍କୁ ଅଶାଳୀନ ଟିପ୍ପଣୀ ଦେବାର ମାମଲା ସାମନାକୁ ଆସିଛି। ଏହି ଯୁବକ ଜଣକ ସିଆରପିଏଫ ଶହୀଦ ଯବାନ ସୁନୀଲ କାଲିତାଙ୍କ ପତ୍ନୀଙ୍କୁ ଫେସବୁକରେ ଅଶାଳୀନ ଟିପ୍ପଣୀ ପୋଷ୍ଟ କରିଥିଲା ଯାହା ପରେ ମାମଲା ସଙ୍ଗୀନ ହୋଇଛି। ଏହି ମାମଲା ଦିନକୁ ଦିନ ତୀବ୍ର ହେବାରୁ ଆସାମ ପୋଲିସ୍ ଜାମ୍ମୁ-କାଶ୍ମୀର ପହଞ୍ଚି ଯୁବକକୁ ଗିରଫ କରିଥିଲା। ଅଭିଯୁକ୍ତ ଯୁବକର ନାଁ ସାହିଲ ଅବ୍ବାସ ବୋଲି ଜଣାପଡ଼ିଛି।

ଏହି ଘଟଣାକୁ ନେଇ ଜୁନ ୧୫ତାରିଖରେ ଭାରତୀୟ ଜନତା ପାର୍ଟିର କମାଲପୁର ଶାଖା ଥାନାରେ ମାମଲା ରୁଜୁ କରିଥିଲା। ଏହା ପରେ ଆସାମ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିବାକୁ କାଶ୍ମୀର ପହଞ୍ଚିଥିଲା ଏବଂ ତାକୁ ଗିରଫ କରିଥିଲା।

ଏହି ଘଟଣାକୁ ନେଇ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ୍ ଟ୍ବିଟ୍ କରି କହିଛନ୍ତି ଯେ ଆମକୁ ମହିଳାମାନଙ୍କୁ ସମ୍ମାନ କରିବା ଉଚିତ୍। ଏହା ସହିତ ସୋଶିଆଲ ମିଡିଆ ଅଥବା ଅନଲାଇନ୍ ପ୍ଲାଟଫର୍ମରେ ତାଙ୍କର ଅପମାନ ସହିବା ଯୋଗ୍ୟ ନୁହେଁ। ଶହୀଦ ଜବାନଙ୍କ ପତ୍ନୀଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀ କରିଥିବା ଅଭିଯୁକ୍ତ ଯୁବକକୁ ପୋଲିସ୍ ଗିରଫ କରି ନେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.