ଦିବ୍ୟାଙ୍ଗ ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ
10/07/2019 at 4:24 PM

ଖୋର୍ଦ୍ଧ। ୧୦|୭: ଖୋର୍ଦ୍ଧ। ନିକଟସ୍ଥ ତାପଙ୍ଗର ଏକ କ୍ରସର ପରିସରରେ କାମ କରୁଥିବା ଜଣେ ମହିଳାଙ୍କର ଦିବ୍ୟାଙ୍ଗ ଝିଅକୁ ଘରେ ଏକୁଟିଆ ଦେଖି ଜଣେ ଯୁବକ ଅସଦାଚରଣ କରିଥିବା ଖୋର୍ଦ୍ଧ। ସଦର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ସଂପୃକ୍ତ ଯୁବକକୁ ସଦର ଥାନା ପୋଲିସ ଗିରଫ କରିଛି । ଗତକାଲି ଦିବ୍ୟାଙ୍ଗ ଯୁବତୀ ଘରେ ଏକୁଟିଆ ଥିବାବେଳେ ଅସ୍ତରଙ୍ଗ ଥାନା ବିଜିପୁର ଗ୍ରାମର ଅକ୍ଷୟ ସ୍ବାଇଁ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଯୁବକ ଅସ୍ତରଙ୍ଗ ଥାନା ବିଜିପୁର ଗ୍ରାମର ହୋଇଥିବାବଳେ ସେ ତାପଙ୍ଗର ଏକ କ୍ରସରରେ ଡ୍ରାଇଭର ରୂପେ କାର୍ଯ୍ୟ କରୁଥିଲେ । ଅଭିଯୁକ୍ତକୁ ଆଇନ ଅନୁସାରେ ଦଣ୍ଡ ବିଧାନ ପାଇଁ ପୀଡିତାର ମା ଦାବି କରିଛନ୍ତି । ଖୋର୍ଦ୍ଧ। ସଦର ପୋଲିସ ଏହି ଘଟଣାରେ ସଂପୃକ୍ତ ଯୁବକକୁ ଗିରଫ କରି ଡାକ୍ତରୀମାଇନା ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।