Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା, ଯୁବକ ଗିରଫ

10/05/2021 at 10:58 AM

ରାଇରଙ୍ଗପୁର ୧୦।୫: ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାରେ ଜଣେ ଯୁବକକୁ ଗିରଫ କରିଛି ପୋଲିସ । ସୂଚନାଯୋଗ୍ୟ ଯେ, ଗତ ୫ ତାରିଖରେ ରାଇରଙ୍ଗପୁର ଆଦର୍ଶ ଥାନା ଭାଲୁବସା ଗ୍ରାମ ଟାଣ୍ଡିସାହି କାଜୁ ଜଙ୍ଗଲର ଏକ ଗଛରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଦୁଇ ଦିନରୁ ନିଖୋଜ ଥିବା ଓ ପରେ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିବାରୁ ପରିବାର ଲୋକେ ହତ୍ୟା ନେଇ ଅଭିଯୋଗ କରିଥିଲେ ।ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ରବିବାର ଅମୂଲ୍ୟ ପାତ୍ର ନାମକ ଯୁବକକୁ ଗିରଫ କରିଛି ।

ଅମୂଲ୍ୟ ମୃତ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଆସୁଥିଲା । ନାବାଳିକା ବିବାହ କରିବାକୁ କହିବାରୁ ଅମୂଲ୍ୟ ବିଭିନ୍ନ ବାହାନା ଦେଖାଇ ଆସୁଥିଲା । ଶେଷରେ ନାବାଳିକା ଜଣଙ୍କ ଗତ ୩ ତାରିଖରେ ଅମୂଲ୍ୟଙ୍କ ଘରକୁ ଚାଲି ଯାଇଥିଲେ ଓ ବିବାହ ପାଇଁ ଜିଦ ଧରିଥିଲେ । ଦୁଇ ଦିନ ପରେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ଶୋଷଣ କରିବା କଥା ଅମୂଲ୍ୟ ସ୍ବୀକାର କରିଥିଲେ ମଧ୍ୟ ହତ୍ୟା ଅଭିଯୋଗକୁ ଅସ୍ବୀକାର କରିଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ରହସ୍ୟ ଉନ୍ମୋଚନ ହେବ ବୋଲି ଆଇଆଇସି ରେଣୁବାଳା ସାହୁ ପ୍ରକାଶ କରିଛନ୍ତି ।

   Related Posts