Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଜଡିବୁଟି ବିକୁଥିବା ଯୁବକଙ୍କ କାରନାମା, ଲୁଗା ଦୋକାନୀଙ୍କ ଟଙ୍କା ବ୍ୟାଗ୍ ନେଇ ପଳାଉଥିବା ବେଳେ ମାଡିବସିଲେ ଲୋକେ

26/09/2020 at 3:35 PM

ପାଟଣା ୨୬।୯: ଲୁଟ୍ ଅଭିଯୋଗରେ ଯୁବକ ଗିରଫ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବଜାରରେ ଉଠା ଲୁଗା ଦୋକାନୀଙ୍କଠାରୁ ଶୁକ୍ରବାର ସନ୍ଧ୍ୟାରେ ୧୦ ହଜାର ଟଙ୍କା ଲୁଟ୍ ହୋଇଥିବା ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରି ଲୁଟରେ ସମ୍ପୃକ୍ତ ଥିବା ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ରାବଣା ଗ୍ରାମର ତୁଫାନ ପ୍ରଧାନ ।

ସୂଚନାଯୋଗ୍ୟ ଯେ, ତୁରୁମୁଙ୍ଗା ବଜାରରେ ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଇନ୍ଦୁପୁର ଗ୍ରାମର ଲଳିତ କୁମାର ପତି ଉଠା ଲୁଗା ଦୋକାନ କରିଛନ୍ତି । ଲୁଗା ବିକ୍ରି କରୁଥିବା ସମୟରେ ଦୋକାନୀ ଅନ୍ୟମନସ୍କ ଥିବାର ସୁଯୋଗ ନେଇ ଟଙ୍କା ବ୍ୟାଗକୁ ଧରି ଦୌଡି ପଲାଉଥିଲେ ଯୁବକ । ସେହି ସମୟରେ ଉପସ୍ଥିତ ଥିବା ଲୋକେ ଲୁଟେରାକୁ କାବୁ କରି ପୋଲିସର ଜିମା ଦେଇଥିଲେ । ଦୋକାନୀ ଲଳିତ ପତିଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ କରି ୮୬/୨୦ରେ ମାମଲା ରୁଜୁ କରି ତୁଫାନକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ ଲୁଟେରା ଜଣକ ଅନ୍ୟ ଦୁଇ ସାଙ୍ଗଙ୍କ ସହିତ ମିଶି ଭଗପଶି ଗ୍ରାମରେ ରହୁଥିଲେ । ସେମାନେ ଦିନ ବେଳେ ଜଡିବୁଟି ବିକ୍ରି କରିଥାନ୍ତି । ସେହି ସମୟରେ ବିଭିନ୍ନ ଅଞ୍ଚଳକୁ ସେମାନେ ଲକ୍ଷ୍ୟ କରିଥାନ୍ତି । ପରେ ରାତିରେ ବିଭିନ୍ନ ଅଞ୍ଚଳରେ ବୁଲି ଲୁଟପାଟ କରିଥାନ୍ତି ।

   Related Posts