୩ବର୍ଷର ଶିଶୁକୁ ଅପ୍ରାକୃତିକ ଯୌନ ନିର୍ଯାତନା ଅଭିଯୋଗ, ଏତଲା ପରେ ଯୁବକକୁ ଗିରଫ କଲା ପୋଲିସ

Published By : Prameya-News7 Bureau | January 09, 2021 IST

ବଲାଙ୍ଗୀର ୯।୧: ୩ ବର୍ଷର ଶିଶୁକୁ ଅପ୍ରାକୃତିକ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ । ବଲାଙ୍ଗୀର ସହର ଆଦର୍ଶ ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି । ତେବେ ଘଟଣା ଘଟାଇଥିବା ଯୁବକ ଫେରାର ହୋଇଯାଇଥିବା ବେଳେ ପୋଲିସ ଶନିବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ସହର ଆଦର୍ଶ ଥାନା ଅଞ୍ଚଳର ୩ ବର୍ଷର ଶିଶୁ ସହ ଜଣେ ଯୁବକ ଅପ୍ରାକୃତି ଯୌନ ସଂପର୍କ ରଖିଥିବା ନେଇ ଅଭିଯୋଗ ହୋଇଛି । ଶିଶୁଟି ଘଟଣା ସଂପର୍କରେ କହିବା ପରେ ଆଦର୍ଶ ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । ପରେ ଯୁବକକୁ ଧରିବାକୁ ତଦନ୍ତ ଜାରି ରଖିଥିଲା ପୋଲିସ । ଶନିବାର ଯୁବକକୁ ଗିରଫ କରିଛି ପୋଲିସ ।

{"id":389504,"sizeSlug":"large","linkDestination":"none"}

ଗିରଫ ଯୁବକ ଜଣକ ହେଲେ ଉତ୍ତରପ୍ରଦେଶର ୧୯ ବର୍ଷ ବୟସ୍କ ଅବନିଶ ନାଏକ । ଅବନିଶର ଭଉଣୀ ଓ ଜ୍ବାଇଁ ବଲାଙ୍ଗୀର ସହରରେ ଚୁଡି ବେପାର କରନ୍ତି । ସେ ସହରରେ ଏକ ଭଡା ଘର ନେଇ ରହିଆସୁଥିଲେ । ତେବେ ଭଉଣୀ ଓ ଜ୍ବାଇଁ ଘରକୁ ତାଙ୍କ ଭାଇ ଅବନିଶ ଆସି କିଛି ଦିନ ରହିଥିଲେ । ତେବେ ଭଉଣୀ ଓ ଜ୍ବାଇଁ ଉତ୍ତପ୍ରଦେଶ ତାଙ୍କ ଗାଁକୁ ଯାଇଥିବା ବେଳେ ସେ ଘରମାଲିକଙ୍କ ୩ ବର୍ଷ ପୁଅ ସହ ବିଭିନ୍ନ ସମୟରେ ଖେଳାଖେଳି କରନ୍ତି । ଘରେ କେହି ନଥିବା ଦେଖି ଯୁବକ ଜଣକ ତା ସହ ଅପ୍ରାକୃତି ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଅବନିଶକୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ବେଳେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ତଦନ୍ତ କରିଛି । ସେପଟେ ଏନେଇ କୌଣସି ପ୍ରତିକ୍ରିୟା ମିଳିନଥିବା ସହ ପୋଲିସ ଏନେଇ ମୁହଁ ଖୋଲିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.