Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ, ୨ ବର୍ଷ ହେଲା କରୁଥିଲା ବ୍ଲାକମେଲିଂ : ୭ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗରେ ଗିରଫ

7/07/2021 at 5:42 PM

ସାନଖେମୁଣ୍ଡି ୭।୭: ଜଣେ ବିବାହିତା ମହିଳାଙ୍କୁ ନିଶା ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରି ସମ୍ପୃକ୍ତ ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରିଥିଲେ । ତାଙ୍କୁ ବ୍ଲାକମେଲ କରି ପ୍ରାୟ ୭ ଲକ୍ଷ ଟଙ୍କା ପର୍ଯ୍ୟାୟକ୍ରମେ ଲୁଟି ଶେଷରେ ମହିଳାଙ୍କ ଅଶ୍ଳୀଳ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରି ସୋମବାର ଗିରଫ ହୋଇଛନ୍ତି । ଚିକିଟି ନିର୍ବାଚନ ମଣ୍ଡଳୀର ବିଜେପି ନେତା ତଥା ଗଂଜାମ ଜିଲ୍ଲା  ବିଜେପି ଯୁବ ମୋର୍ଚ୍ଚାର ଉପ ସଭାପତି ପ୍ରିୟରଞ୍ଜନ ବେହେରା ।

ଜରଡ଼ା ଥାନାରେ ଜନୈକ ମହିଳା ଦେଇଥିବା ଏତଲା ଆଧାରରେ ପ୍ରାୟ ଦୁଇ ବର୍ଷ ପୂର୍ବେ ପାତ୍ରପୁର ବ୍ଲକର ଜଣେ ମହିଳା ନିଜ ଗାଡି ଖରାପ ହେବା ଯୋଗୁଁ ବିଜେପି ନେତା ପ୍ରିୟରଞ୍ଜନ ବେହେରାଙ୍କୁ ଲିଫ୍ଟ ମାଗିଥିଲେ । ଗୋଟିଏ ଗାଡ଼ିରେ ଯିବା ସମୟରେ ବିଜେପି ନେତା ମହିଳାଙ୍କ ସହ ତାଙ୍କର ଏକ ଫୋଟୋ ଉଠାଇ ଦେଇଥିଲେ । କିଛିଦିନ ପରେ ସେ ମହିଳା ଜଣଙ୍କୁ ୧୦ ହଜାର ଟଙ୍କା ମାଗିଲେ ଏବଂ ନଦେଲେ ତାଙ୍କ ଫଟୋ ତାଙ୍କ ସ୍ବାମୀଙ୍କୁ ପଠେଇବି ବୋଲି ଧମକାଇଥିଲେ । ମହିଳା ଜଣକୁ ନିଜ ଘରକୁ ଆସିବା ପାଇଁ ବାଧ୍ୟ କଲେ । ମହିଳା ଜଣକ ଭୟରେ ତାଙ୍କ ଘରକୁ ଯିବା ପରେ ବିଜେପି ନେତା ତାଙ୍କୁ ମୃଦୁ ପାନୀୟରେ କିଛି ନିଶା ମିଶାଇ ଦେଇ ତାଙ୍କୁ ଦୁଷ୍କର୍ମ କରିଥିଲେ । ସେହି ସମୟର ଭିଡିଓ ମଧ୍ୟ କରିଥିବା ଏତଲାରେ ଦର୍ଶାଯାଇଛି ।

ପରବର୍ତ୍ତୀ ସମୟରେ ଏହି ଭିଡ଼ିଓକୁ ନେଇ ବିଜେପି ନେତା ଜଣଙ୍କ ତାଙ୍କୁ ବ୍ଲାକମେଲିଂ କରି ପ୍ରାୟ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୁଟି ଚାଲିଥିଲା । ପରବର୍ତ୍ତୀ ସମୟରେ ମହିଳା ଜଣଙ୍କ ଆଉ ଟଙ୍କା ଦେବାକୁ ଅସମର୍ଥ କହି ଚୁପ ରହିଯିବାରୁ ବିଜେପି ନେତା ଜଣକ ତାଙ୍କ ଆପତ୍ତିଜନକ ଭିଡ଼ିଓକୁ ସାମାଜିକ ଗଣମାଧ୍ୟମରେ ଛାଡି ଚାରିଆଡେ ଭାଇରାଲ କରିଦେଇଥିଲେ । ଏହାପରେ ବାଧ୍ୟହୋଇ ମହିଳା ଜଣଙ୍କ ଜରଡ଼ା ଥାନାରେ ଲିଖିତ ଅଭିଯୋଗ ଦେବାପରେ ଜରଡ଼ା ପୋଲିସ ଏନେଇ ଜରଡ଼ା ଥାନା ତରଫରୁ କେସ୍ ନମ୍ବର ୧୫୫/୨୦୨୧ ରୁଜୁ ହୋଇ ଅଭିଯୁକ୍ତ ବିଜେପି ନେତା ପ୍ରିୟରଞ୍ଜନ ବେହେରାଙ୍କୁ ଗୋଳନ୍ଥରା ଥାନା ସୁରଳ ପଞ୍ଚାୟତ ଅନ୍ତର୍ଗତ ତାଙ୍କ ନିଜ ଗାଁ କଇଠରୁ ଗିରଫ କରି ଆଣି ତଦନ୍ତ ଆରମ୍ଭ କରିଥିଲା ।

ମଙ୍ଗଳବାର ଅଭିଯୁକ୍ତ ପ୍ରିୟରଞ୍ଜନ ଓ ପୀଡିତା ଉଭୟଙ୍କର ଡାକ୍ତରୀ ମାଇନା କରାଯାଇଥିବା ଜରଡ଼ା ଥାନା ଆଇଆଇସି ଭବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଦୁଇବର୍ଷ ହେଲା ସମ୍ପୃକ୍ତ ମହିଳାଙ୍କୁ ବ୍ଲାକମେଲିଂ କରି ତାଙ୍କ ସହ ଜୋରକରି ନିଶାଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରି ତାର ଭିଡ଼ିଓ କରି ମହିଳାଙ୍କଠାରୁ ଟଙ୍କା ମାଗିବା ସହ ବିଭିନ୍ନ ଦୋକାନରୁ ପୋଷାକ, ସୁନା ଓ ଅନ୍ୟ ଜିନିଷପତ୍ର କିଣି ମହିଳାଙ୍କୁ ତାର ଟଙ୍କା ଦେବାକୁ ବାଧ୍ୟ କରିଆସୁଥିଲେ, ଶେଷରେ ମହିଳା ଆଉ ଟଙ୍କା ଦେଇନପାରିବାରୁ ତାଙ୍କର ଅଶ୍ଳୀଳ ଭିଡ଼ିଓକୁ ଅଭିଯୁକ୍ତ ପ୍ରିୟରଞ୍ଜନ ଭାଇରାଲ କରିଦେଇଥିବା ଆଇଆଇସି ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ବହୁ ସଙ୍ଗୀନ ଦଫା ଲାଗିଛି । ଆଇପିସିର ଧାରା ୩୭୬,୨୯୨,୩୫୪ସି, ୩୫୪ଡି, ୩୮୪, ୪୨୦, ୪୬୫, ୪୬୯, ୫୦୬, ୫୦୯ ସହ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଦଫା ଲଗାଯାଇ କୋର୍ଟ ଚାଲାଣ କରାଯାଇଛି । ବିଜେପି ନେତାଙ୍କ ଏହି କାଣ୍ଡକୁ ନେଇ ଚିକିଟି ନିର୍ବାଚନ ମଣ୍ଡଳୀରେ ପ୍ରବଳ ଚର୍ଚ୍ଚା ହେବାସହ ବିଜେପିର ବଡବଡ଼ିଆ ନେତାଙ୍କୁ ଶାସକ ଦଳ ତରଫରୁ ସାମାଜିକ ଗଣମାଧ୍ୟମରେ ଟ୍ରୋଲ କରାଯାଇଛି ।

   Related Posts