ସୋସିଆଲ ମିଡିଆରେ କରୋନା ଗୁଜବ ଭାଇରାଲ୍ କରି ଯୁବକ ଗିରଫ

Published By : Prameya-News7 Bureau | March 18, 2020 IST

ଅନୁଗୋଳ ୧।୩: ମହଙ୍ଗା ପଡିଲା ସୋସିଆଲ ମିଡିଆରେ କରୋନା ଗୁଜବ ଖବର ପକାଇବା । ମିଛ ଖବରକୁ ଭାଇରାଲ କରାଇବା ଅଭିଯୋଗରେ ଗିରଫ ହୋଇଛନ୍ତି ତାଳଚେରର ଜଣେ ଯୁବକ । ଗିରଫ ଅଭିଯୁକ୍ ହେଲେ ତାଳଚେର ବଡ ସିଙ୍ଗଡା ଗାଁର ଜୟକୃଷ୍ଣ ସାହୁ । ସେ ତାଙ୍କ ଫେସବୁକ୍ ଆକାଉଣ୍ଟରେ ଅନୁଗୋଳ ଜିଲ୍ଲାର ନୂଆଁହତା ଗାଁ ଜଣେ ଯୁବକ କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଲେଖିଥିଲେ ।

ଜୟକୃଷ୍ଣଙ୍କ ଫେସବୁକ୍ ପୋଷ୍ଟ ବିଜୁଳି ବେଗରେ ସ୍ଥାନୀୟ ଅଞ୍ଚଳରେ ପ୍ରସାରିତ ହୋଇଥିଲା । ଏ ନେଇ ଆଲୋଡନ ସୃଷ୍ଟି ହୋଇଥିଲା । ଫଳରେ ମାମଲା ପୋଲିସକୁ ଯାଇଥିଲା । ଘଟଣାର ଛାନଭିନ୍ କରି ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସଂପୃକ୍ତ ଜୟକୃଷ୍ଣଙ୍କୁ ତାଙ୍କ ଫେସବୁକ୍ ପୋଷ୍ଟ ନେଇ ସଠିକ୍ ତଥ୍ୟ ଦେବାକୁ କହିଥିଲେ । ହେଲେ ଜୟକୃଷ୍ଣ ସାହୁ ଏ ନେଇ କୌଣସି ସଠିକ୍ ତଥ୍ୟ ଦେଇପାରି ନଥିଲେ । ପୋଲିସ ତଦନ୍ତ କରି ଘଟଣାର କୌଣସି ସତ୍ୟତା ନଥିବା ଜାଣିବାକୁ ପାଇଥିଲା ।

ଏହାପରେ କୋରୋନାକୁ ନେଇ ମିଛ ଗୁଜବ ପ୍ରଚାର କରୁଥିବା ଅଭିଯୋଗରେ ପୋଲିସ ଜୟକୃଷ୍ଣ ସାହୁକୁ ତାଙ୍କ ଘରୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.