ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରି ବନ୍ଧା ହେଲେ ଯୁବକ

Published By : Prameya-News7 Bureau | December 11, 2020 IST

ସୋର ୧୧।୧୨: ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ ଅଭିଯୋଗରେ ଯୁବକ ଗିରଫ । ଯୁବକଙ୍କୁ ବେଙ୍ଗାଲୁରୁରୁ ଗିରଫ କଲା ସୋର ପୋଲିସ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ପରେ ଯୁବତୀଙ୍କ ପରିବାର ପକ୍ଷରୁ ସୋର ଥାନାରେ ଅଭିଯୋଗ ହୋଇଥିଲା ।

ଅଭିଯୋଗ ପରେ ସୋର ପୋଲିସ ଫଟୋ ଭାଇରାଲ୍ କରିଥିବା ସୋସିଆଲ ମିଡିଆ ଆଇଡି ଓ ମୋବାଇଲ ନମ୍ଵରକୁ ଟ୍ରାକିଙ୍ଗ୍ କରି ଯୁବକ ଜଣକ ବେଙ୍ଗାଲୁରୁରେ ଥିବା ଜାଣିବାକୁ ପାଇଥିଲେ । ପରେ ଏକ ଟିମ୍ ଗଠନ କରି ଅଭିଯୁକ୍ତ ଯୁବକକୁ ବେଙ୍ଗାଲୁରୁରୁ ଗିରଫ କରିଥିଲା ପୋଲିସ । ଯୁବକଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.