Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଜପତି : ଘାରିଲା କରୋନା ଭୟ, ଆଜିଠୁ ଗଜପତି ଜିଲ୍ଲାର ସବୁ ସୀମା ସିଲ୍
  • ||
  • ନୀଳଗିରି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଚାନ୍ଦବାଲି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଜଳେଶ୍ବର : ଓଭରବ୍ରିଜ୍ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟିଲା ବୋଲେରୋ, ୬ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୨୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୪୧ ପଜିଟିଭ୍ ଚିହ୍ନଟ
  • ||
  • ନୟାଗଡ଼ : ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ
  • ||
  • ଆଜି ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା ! ୧୫ ଯାଏଁ ତାତିରୁ ମିଳିବ ତ୍ରାହି
  • ||

ପ୍ରେମିକାଙ୍କ ସହ ବିତାଇଥିବା ଅନ୍ତରଙ୍ଗ ମୂହୁର୍ତ୍ତର ଅଶ୍ଳୀଳ ଭିଡିଓ ଭାଇରାଲ୍ କରି ଗିରଫ ହେଲା ପ୍ରେମିକ

23/10/2019 at 5:15 PM

ବଡବିଲ ୨୩|୧୦:  ପ୍ରେମିକାଙ୍କ ସହ ବିତାଇଥିବା କିଛି ଅନ୍ତରଙ୍ଗ ମୂହୁର୍ତ୍ତର ଅଶ୍ଳୀଳ ଭିଡିଓକୁ ଭାଇରାଲ କରି ପ୍ରେମିକ ଗିରଫ । କେନ୍ଦୁଝର ଜିଲ୍ଲା ଯୋଡ଼। ଥାନା ଅଂଚଳରେ ଘଟିଛି ଏଭଳି ଘଟଣା । ଗତ କିଛି ଦିନ ହେବ ଯୋଡ଼। ଓ ଆଖପାଖ ଅଂଚଳରେ ଏହି ଅଶ୍ଳୀଳ ଫଟୋ ଓ ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିଲା । ଏହି ଘଟଣା ଜାଣିବା ପରେ ଯୁବତୀଙ୍କ ପରିବାର ପକ୍ଷରୁ ଯୋଡ଼। ଥାନାରେ ଅଭିଯୋଗ ହୋଇଥିଲା ।

ଅଭିଯୋଗ ପରେ ଯୋଡ଼। ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା ଏବଂ ଘଟଣାରେ ସଂପୃକ୍ତ ପ୍ରେମିକ ଜଣକୁ ପୋଲିସ ଉଠାଇ ନେଇ ପଚରା ଉଚୁରା କରିବା ପରେ ଆଜି ଗିରଫ କରିଥିବା ଜଣାପଡ଼ିଛି । ଡାକ୍ତରୀ ମାଇନା କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ଅଭିଯୁକ୍ତ ପ୍ରେମିକର ଘର ଚମ୍ପୁଆ, ନନ୍ଦିପଦା ଅଂଚଳରେ ବୋଲି ଜଣାପଡିଛି ।

ସୂଚନା ଅନୁସାରେ ୮ମ ଶ୍ରେଣୀରୁ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ବ ଗଢ଼ି ଉଠିଥିଲା ଏବଂ ଯୁକ୍ତ ଦୁଇ ବେଳକୁ ତାହା ପ୍ରେମ ସଂପର୍କରେ ପରିଣତ ହୋଇଥିଲା । ପରେ ଉଭୟଙ୍କ ଭିତରେ ଶାରିରୀକ ସଂପର୍କ ଗଢ଼ି ଉଠିଥିଲା । ମାତ୍ର ପରବରର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ଓ ପ୍ରେମିକା ପ୍ରେମିକଙ୍କ ଠାରୁ ଦୂରେଇ ଯାଇଥିଲା । ଏହାପରେ ପ୍ରେମିକ ଯୁବତୀଙ୍କ ସହ ବିତାଇଥିବା କିଛି ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଓ ଭିଡିଓ କ୍ଲିପ୍ ହ୍ବାଟସ୍ ଆପ୍ ଗ୍ରୁପରେ ଭାଇରାଲ କରିଥିଲା ।

   Related Posts