ବାନ୍ଧବୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କରି ବନ୍ଧା ହେଲେ ଯୁବକ

Published By : Prameya-News7 Bureau | November 13, 2020 IST

କଳାହାଣ୍ଡି ୧୩।୧୧: ବାନ୍ଧବୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଭିଡ଼ିଓ ଭାଇରାଲ୍ କରି ଧର୍ମଗଡ ପୋଲିସ ଦ୍ବାରା ଯୁବକ ଗିରଫ । ଅଭିଯୁକ୍ତ ଯୁବକ ଗୁପ୍ତେଶ୍ବର ବେହେରା  । ତାଙ୍କ ଘର ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ।

{"id":360992,"sizeSlug":"large"}

ସୂଚନାଯୋଗ୍ୟ ଯେ, ପୀଡିତା ଯୁବତୀ ଜଣଙ୍କ ପାରଳାଖେମୁଣ୍ଡି ସ୍ଥିତ ନିଜ ମାମୁଁ ଘରେ ରହି ପାଠ ପଢୁଥିଲେ । ସେହି ସମୟରେ ଗୁପ୍ତେଶ୍ବର ନାମକ ଜଣେ ଯୁବକଙ୍କ ସହ ସଂପର୍କ ଗଢି ଉଠିଥିଲା । ହେଲେ ପୂର୍ବରୁ ଅଭିଯୁକ୍ତ ବିବାହିତ ଥିବା ଜଣାପଡିବା ପରେ ଯୁବତୀ ସଂପର୍କ ଛିନ୍ନ କରିଦେଇଥିଲେ ।

{"id":360993,"sizeSlug":"large"}

ଏହାପରେ ଯୁବକ ଜଣଙ୍କ ପ୍ରତିଶୋଧ ପରାୟଣ ହୋଇ ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ୍ କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସାଇବର ସେଲ୍ ସହାୟତାରେ ଧର୍ମଗଡ ପୋଲିସ ପାରଳାଖେମୁଣ୍ଡିରୁ ଅଭିଯୁକ୍ତକୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.