୬ ମାସର ପ୍ରେମ ପରେ ପ୍ରେମିକାର ନଗ୍ନ ଫଟୋ ଭାଇରାଲ୍‌ - ବେଙ୍ଗାଲୁରରେ ଗିରଫ ହେଲା କେନ୍ଦୁଝର ଘଟଗାଁର ଯୁବକ

Published By : Prameya-News7 Bureau | January 07, 2020 IST

କେନ୍ଦୁଝର - ପ୍ରେମରୁ ନିବିଡତା ତା ପରେ ପ୍ରତାରଣା । ଏପରି ଏକ ଘଟଣା ଜଣେ ଯୁବତଙ୍କ କ୍ଷେତ୍ରରେ ଘଟିଛି । ବେଙ୍ଗାଲୁରରେ ସୁରକ୍ଷା କର୍ମୀଭାବେ ଚାକିରି କରୁଥିବା ଘର ପାଖର ଯୁବକଙ୍କୁ ବିଶ୍ୱାସ କରି ଏବେ ହଟହଟା ହୋଇଛନ୍ତି ଜଣେ ଯୁବତୀ। ପ୍ରେମକ ପାଖକୁ ନିଜର ନଗ୍ନ ଫଟୋ ପଠାଇଥିଲେ । ଏବେ ସେ ତାକୁ ବିଭିନ୍ନ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିଛି ।

{"id":208079,"width":295,"height":370,"sizeSlug":"large"}
representational image

ପ୍ରେମର କିଛି ଦିନ ପରେ ଦୁଇ ଜଣଙ୍କ ମଧ୍ୟରେ କୌଣସି କାରଣରୁ ଫାଟ ସୃଷ୍ଟି ହୋଇଥିଲା । ଏହି ଘଟଣାକୁ ନେଇ ପ୍ରେମିକ ଯୁବତୀଙ୍କ ନଗ୍ନ ଫଟୋକୁ ଭାଇରାଲ୍‌ କରିଥିଲେ । ପରେ ପୀଡିତା ଥାନାରେ ଅଭିଯୋଗ କରିବାରୁ ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି ।

ଗିରଫ ହୋଇଥିବା ଯୁବକଙ୍କ ନାମ ସନ୍ଦୀପ ଗିରି । ସେ ଯୁବତୀଙ୍କ ଦୂର ସମ୍ପର୍କୀୟ । ସନ୍ଦୀପଙ୍କ ଘର କେନ୍ଦୁଝର ଘଟଗାଁରେ । ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.