Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ବିବାହ ନକରିଲେ ମରିଯିବି କହି ବେକରେ ରଶି ଲଗାଇ ମହିଳାଙ୍କ ଆତ୍ମହତ୍ୟା, ଗିରଫ ହେଲା ଫେରାର ପ୍ରେମିକ

5/09/2019 at 4:29 PM

ଜି ଉଦୟଗିରି ୫।୯:  ଗତ ୩ ତାରିଖରେ ପେଟମାଡୁ ପାହାଡରେ ମାନିନୀ ପ୍ରଧାନ ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ସେହି ଘଟଣାରେ ଜି.ଉଦୟଗିରିରେ ଗ୍ୟାରେଜ କରିଥିବା ବୁଦ୍ଧିସପ୍ତ ମହାନ୍ତିକୁ ପୋଲିସ ଗିରଫ କରିଛି।

ସୂଚନାଯୋଗ୍ୟ ଯେ, ମାନିନୀ ପ୍ରଧାନ ୨୦୦୮ ମସିହାରେ ରାଇକିଆରେ ବିବାହ ହୋଇଥିଲା। ସ୍ବାମୀ ମଦ ପିଇ ନିର୍ଯାତନା ଦେବାରୁ ସେ ତିନି ବର୍ଷ ହେଲା ବାପାଘର ସିରିକି ଗ୍ରାମରେ ରହୁଥିଲେ। ମାନିନୀ ଦୁଇ ବର୍ଷ ତଳେ ମାଟ୍ରିକ ପରୀକ୍ଷା ପାସ୍ କରି ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷରେ ପଢୁଥିଲୋ। କଲେଜ ଯିବାବେଳେ ଗ୍ୟାରେଜ ମାଲିକ ବୁଦ୍ଧି ସହ ସମ୍ପର୍କ ଗଢିଉଠିଥିଲା । ପରେ ବହୁଥର ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିଲା । ଗତ୨ ତାରିଖରେ ଦୁହେଁ ଗ୍ୟାରେଜରେ ରାତିରେ ରହିଥିଲେ। ୩ ତାରିଖରେ ମାନିନୀ ଘରକୁ ଯାଇଥିଲା ପୁଣି ବୁଦ୍ଧିର ଫୋନ୍ ଆସିବାରୁ ସେ ଦୁହେଁ ପାଖ ପାହାଡ ଉପରକୁ ଯାଇଥିଲେ। ଏକତ୍ର ଖାଇ ପୁଣି ଶାରୀରିକ ସମ୍ପର୍କ ରଖିଥିଲେ । ସେହି ସମୟରେ ମାନିନୀ ବିବାହ ପାଇଁ ଜିଦି ଧରିଥିଲା। କିନ୍ତୁ ବୁଦ୍ଧି ରାଜି ହୋଇନଥିଲା। ମାନିନୀ ବିବାହ ନକରିଲେ ମରିଯିବି ବୋଲି କହିବାରୁ ବୁଦ୍ଧି ମାରିଯାଆ ବୋଲି କହିଥିଲା। ମାନିନୀ ରାଗିଯାଇ ଏକ ଗଛରେ ନିଜ ଓଢଣୀ ବେକରେ ଗୁଡାଇ ହୋଇ ଆତ୍ମହତ୍ୟା କରିଥିଲା । ମାନିନୀର ମୃତ୍ୟୁ ହେବା ଜାଣି ବୁଦ୍ଧି ସେହି ସ୍ଥାନରୁ ଫେରାର ହୋଇଯାଇଥିଲା। ପୋଲିସ କଲ୍ ରେକର୍ଡ ଯାଞ୍ଚ କରି ବୁଦ୍ଧିକୁ ଗିରଫ କରି କୋର୍ଟ ଚାଲାଣ କରିଛି।

   Related Posts