ବନ୍ଧୁତା ନ କରିବାରୁ ପ୍ରତିଶୋଧ ନେଲା ଯୁବକ :ଯୁବତୀଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓକୁ ଫେସବୁକରେ ଛାଡ଼ି କଲା ବଦନାମ,ଅଭିଯୁକ୍ତ ଗିରଫ

Published By : Prameya-News7 Bureau | October 21, 2020 IST

ନୂଆଦିଲ୍ଲୀ ୨୧/୧୦: ଦିଲ୍ଲୀ ପୋଲିସ୍ ଜଣେ ଏପରି ବ୍ୟକ୍ତିକୁ ଗିରଫ କରିଛି ଯିଏ ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋକୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ୍ ଫେସବୁକରେ ଛାଡ଼ି ତାଙ୍କୁ ବ୍ଲାକମେଲ୍ କରୁଥିଲା। କେବଳ ଏତିକି ନୁହେଁ ଅଭିଯୁକ୍ତ ଯୁବତୀଙ୍କ ଫୋନ୍ ନମ୍ବର ମଧ୍ୟ ସେୟାର କରି ଦେଇଥିଲା।

ଏହି ଘଟଣା ଦିଲ୍ଲୀର ସିଆର ପାର୍କ ଅଞ୍ଚଳରେ ଘଟିଛି। ଅଭିଯୁକ୍ତ ପ୍ରଥମେ ଯୁବତୀଙ୍କ ନାଁରେ ଫେସବୁକରେ ଅନେକ ଅଶ୍ଳୀଳ ଆକାଉଣ୍ଟ କରିଥିଲା ଏବଂ ସେଥିରେ ତାଙ୍କ ଫଟୋ ଛାଡ଼ି ଦେଇଥିଲା। ଅଭିଯୁକ୍ତ ଯୁବତୀଙ୍କ ଅଶ୍ଳୀଳ ଫେସବୁକ୍ ପ୍ରୋଫାଇଲ୍ କରିବା ପରେ ଫୋନ୍ କରି ତାଙ୍କୁ ଖରାପ ଭାଷା କହିଥିଲା।

ଯାଞ୍ଚ ସମୟରେ ସାଇବର ସେଲର ଟିମ୍ ଫେସବୁକ୍ ଏବଂ ଅନ୍ୟ ଆପ୍‌ରେ ପ୍ରୋଫାଇଲ୍ କରିଥିବା ଯୁବକଙ୍କ ସୂଚନା ହାସଲ କରିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଅଭିଯୁକ୍ତ ଯୁବକ ପୀଡ଼ିତା ଯୁବତୀଙ୍କ ସହ ନୋଏଡ଼ାର ଏକ କମ୍ପାନୀରେ ଚାକିରୀ କରୁଥିଲା। ଅଭିଯୁକ୍ତର ମୋବାଇଲ୍ ଜରିଆରେ ପୋଲିସ୍ ମାମଲାର ଖିଅ କାଢ଼ିଥିଲା।

ଅଭିଯୁକ୍ତ ଦେଶବନ୍ଧୁ ସିଂହ ଗ୍ରେଟର ନୋଏଡ଼ାର ଏକ କମ୍ପାନୀରେ କାମ କରୁଥିଲା ଯେଉଁଠାରେ ଯୁବତୀ ମଧ୍ୟ କାମ କରୁଥିଲେ। ଯୁବତୀ ତାକୁ ପସନ୍ଦ କରୁନଥିଲେ ଯାହା ଫଳରେ ଅଭିଯୁକ୍ତ ଏହି ଷଡ଼ଯନ୍ତ୍ର ରଚିଥିଲା।

ଅଭିଯୁକ୍ତ ନିଜର ଜଣେ ବନ୍ଧୁ ଦେବେନ୍ଦ୍ର ସିଂହର ହଟସ୍ପଟର ବ୍ୟବହାର କରି ପୀଡ଼ିତାଙ୍କ ୮-୧୦ଟି ଫେକ୍ ଫେସବୁକ୍ ପ୍ରୋଫାଇଲ୍ କରି ଅଶ୍ଳୀଳ ଫଟୋ,ଭିଡିଓ ସେୟାର କରି ତାଙ୍କୁ ବଦନାମ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.