ଘରେ ପଶି ନାବାଳିକାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ, ଗିରଫ ହେଲା ଅଭିଯୁକ୍ତ

Published By : Prameya-News7 Bureau | September 05, 2019 IST

ଜି ଉଦୟଗିରି ୫।୯:  କନ୍ଧମାଳ ଜିଲ୍ଲା ରାଇକିଆ ଥାନା ବାକିଙ୍ଗିଆ ଗ୍ରାମର ୧୨ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସେହି ଗ୍ରାମର ଯୁବକଙ୍କୁ ରାଇକିଆ ପୋଲିସ ଗିରଫ କରିଛି।

{"id":153530}

ସୂଚନାଯୋଗ୍ୟ ଯେ, ନାବାଳିକାଙ୍କ ଘର ସମ୍ମୁଖରେ ଅଭିଯୁକ୍ତ ଯୁବକଙ୍କ ଘର । ନାବାଳିକାଙ୍କ ଘରେ କେହି ନଥିବାର ସୁଯୋଗ ନେଇ ପାଣି ପିଇବା ବାହାନାରେ ଘରକୁ ଯାଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ଘରେ କାହାକୁ ନକହିବା ପାଇଁ ଧମକ ମଧ୍ୟ ଦେଇଥିଲା। କିନ୍ତୁ ଆଜି ନାବାଳିକା ଜଣଙ୍କ ମା’ଙ୍କୁ କହିବାରୁ ପରିବାରଲୋକ ରାଇକିଆ ଥାନା ଏତଲା ଦେଇଥିଲେ। ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.