ବିବାହ ପାଇଁ ମନା କଲେ ଯୁବତୀ, ଟାଇଲ ଭାଙ୍ଗି ଘରେ ପସିଲା ଯୁବକ : ଶେଷରେ ବନ୍ଧାହେଲେ

Published By : Prameya-News7 Bureau | June 29, 2021 IST

ପାଟଣା ୨୯।୬: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗାରେ ଜଣେ  ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ । ଏହି ଅଭିଯୋଗ ଭିତ୍ତିରେ ଅଭିଯୁକ୍ତ ତଥା ବାରିଆ ଥାନା ସିଲିଟିଆ ଗ୍ରାମର ସନାତନ ପାତ୍ରଙ୍କ ପୁଅ ହିମାଂଶୁ ଶେଖର ପାତ୍ର ଓରଫ ରଥ(୨୧)କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏନେଇ ତୁରୁମୁଙ୍ଗା ଥାନାରେ ୬୭/୨୧ରେ ମାମଲା ରୁଜୁ ସହ ଆଇପିସି ଧାରା ୪୫୭, ୩୫୪ରେ ମାମଲା ରୁଜୁ କରାଯାଇଛି।  

ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ବାଉଁଶୁଳି ଗ୍ରାମର ଜଣେ ଯୁବତୀ ଘରେ ଏକା ଶୋଇଥିବା ବେଳେ ଅଭିଯୁକ୍ତ ହିମାଂଶୁ ଯୁବତୀଙ୍କ ଘରର କବାଟ ବାଡେଇଥିଲା । ଯୁବତୀ ଜଣଙ୍କ ଏକା ଶୋଇଥିବାରୁ କବାଟ ଖୋଲିନଥିଲେ । କବାଟ ନ ଖୋଲିବାରୁ ଅଭିୟୁକ୍ତ ଯୁବକ ଘରର ଟାଇଲ କାଢି ଯୁବତୀ ଶୋଇଥିବା ଘରକୁ ପଶି ଯୁବତୀଙ୍କୁ ଟଣା ଓଟରା କରିଥିଲେ। ଯୁବତୀ ଜଣଙ୍କ କୌଶଳକ୍ରମେ ସେଠାରୁ ଖସି ବାହାରକୁ ପଳାଇ ଆସି ପାଟି କରିଥିଲେ । ପାଟି ଶୁଣି ଘଟଣାସ୍ଥଳରୁ ଅଭିଯୁକ୍ତ ଚମ୍ପଟ ମାରିବାରେ ସଫଳ ହୋଇଥିଲା।

ପୋଡ଼ଶୀ ଏହି କଥା ଜାଣିବା ପରେ ଅଭିଯୁକ୍ତକୁ ସିଲିଟିଆ ଗ୍ରାମରୁ ଆଣି ବାଉଁଶୁଳି ଗ୍ରାମରେ ଅଟକ ରଖିଥିଲେ । ଘଟଣାକୁ ନେଇ ଯୁବତୀ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିବା ପରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ବାଉଁଶୁଳି ଗ୍ରାମରୁ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତୁରୁମୁଙ୍ଗା ଥାନା ଏସଆଇ ସୁଶାନ୍ତମଣୀ ମହାନ୍ତି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଯୁବତୀ ଜଣଙ୍କୁ ଅଭିଯୁକ୍ତ ବିବାହ କରିବା ପାଇଁ ପୂର୍ବରୁ ପ୍ରସ୍ତାବ ଦେଇଥିଲା । କିନ୍ତୁ ଯୁବତୀ ତାଙ୍କୁ ବିବାହ ପାଇଁ ମନା କରିବାରୁ ହିମାଂଶୁ ଏପରି କାଣ୍ଡ ଭିଆଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.