Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ

23/01/2021 at 10:01 AM

ପାରାଦୀପ ୨୩।୧: ନକଲି ମେଡିକାଲ ସାର୍ଟିଫିକେଟ୍ କରୁଥିବା ଅଭିଯୋଗରେ ଯୁବକକୁ ଗିରଫ କରିଛି ପାରାଦୀପ ଅଭୟଚାନ୍ଦପୁର ପୋଲିସ । ଗିରଫ ଯୁବକ ହେଲେ କାଳନ୍ଦୀ ତରାଇ । ତାଙ୍କ ଘର କୁଜଙ୍ଗ ବ୍ଲକ୍ ବଗଦିଆ ଗ୍ରାମର ବୋଲି ଜଣାପଡିଛି । କାଳନ୍ଦୀ ଦୀର୍ଘ ଦିନ ହେବ ତୈଳ ବିଶୋଧନାଗାର ଅଧିନରେ କାର୍ଯ୍ୟରତ ଏଲଆଣ୍ଡଟି କମ୍ପାନୀର କଲୋନୀ ଭିତରେ ଏକ ଦୋକାନରେ ନକଲି ମେଡିକାଲ ସାର୍ଟିଫିକେଟ୍ ଓ କ୍ୟାରେକ୍ଟର ସାର୍ଟିଫିକେଟ୍ ନକଲି କରୁଥିଲା ।

କୌଣସି ସୂତ୍ରରୁ ଖବର ପାଇ ଅଭୟଚାନ୍ଦପୁର ପୋଲିସ କଲୋନୀ ଭିତରେ ଥିବା ଦୋକାନ ଉପରେ ଚଢାଉ କରି କାଳନ୍ଦୀକୁ ଗିରଫ କରିବା ସହିତ ନକଲି ସାର୍ଟିଫିକେଟ୍ ତିଆରି କରିବା ପାଇଁ ବ୍ୟବହାର କରୁଥିବା ଗୋଟିଏ କମ୍ପ୍ୟୁଟର, ଦୁଇଟି ପ୍ରିଣ୍ଟର ଓ ଗୋଟିଏ ଲ୍ୟାପଟପ୍ ଜବତ କରିଛି । ତେବେ ସବୁଠାରୁ ବଡକଥା ହେଉଛି ଏଲଆଣ୍ଡଟି କମ୍ପାନୀର କଲୋନୀ ପରିସରରେ ଏଭଳି କାର୍ଯ୍ୟ ହୋଇ ଆସୁଥିବା କମ୍ପାନୀ କର୍ତ୍ତୃପକ୍ଷ ଜାଣି ପାରିନଥିବା ସାଧାରଣରେ ପ୍ରଶ୍ନବାଚୀ ସୄଷ୍ଟି କରିଛି ।

   Related Posts