ରାଜଧାନୀରେ ଛାତ୍ରୀ ନିବାସରେ ୪ ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣା : ସାଲିଆ ସାହି ଅଂଚଳରୁ ଜଣେ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | July 02, 2019 IST

ଭୁବନେଶ୍ବର ୨|୭: ଭୁବନେଶ୍ବର SC/ST ହଷ୍ଟେଲ୍ ଛାତ୍ରୀ ଗର୍ଭବତୀ ଘଟଣାରେ ସାଲିଆ ସାହି ଅଂଚଳରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ । ପୂର୍ବରୁ ଉପାନ୍ତ ଅଂଚଳରେ ଏଭଳି ଘଟଣା ଦେଖିବାକୁ ମିଳିଥିବା ବେଳେ ଏବେ ଖୋଦ୍ ରାଜଧାନୀରେ ଥିବା ଛାତ୍ରୀ ନିବାସରେ ୪ ଜଣ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ବିଭାଗୀୟ ମନ୍ତ୍ରୀଙ୍କ କହିବା କଥା ତଦନ୍ତ ପରେ ପୂରା ଘଟଣା କ’ଣ ଜଣାପଡ଼ିବ ।

ଭୁବନେଶ୍ବର SC/ST ହଷ୍ଟେଲ୍ ଛାତ୍ରୀ ଗର୍ଭବତୀ ଘଟଣାରେ ସାଲିଆ ସାହି ଅଂଚଳରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ । ତା’ର ନାଁ ବୁଢ଼ା ମୁର୍ମୁ ବୋଲି ଜଣାପଡ଼ିଛି । ପୀଡ଼ିତାଙ୍କ ସହ ନିଜେ ଡିସିପି କଥାବାର୍ତ୍ତା କରିବା ପରେ ସେମାନଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ ଆକ୍ସନକୁ ଆସିଥିଲା ପୋଲିସ ।

ଗଲା ୨୮ ତାରିଖରେ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ପରୀକ୍ଷଣ ଦଳ ଦ୍ବାରା ରାଜଧାନୀରେ ଥିବା SC/ST ହଷ୍ଟେଲରେ ଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିବା ବେଳେ ଏଭଳି ସାଂଘାତିକ୍ ଘଟଣା ସାମ୍ନାକୁ ଆସିଥିଲା । ୨ଟି ହଷ୍ଟେଲର ୪ଜଣ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଥିଲା । ସେପଟେ ବିଭାଗୀୟ ମନ୍ତ୍ରୀଙ୍କ କହିବା କଥା ଛୁଟିରେ ପିଲାମାନେ ଘରକୁ ଯାଇଥିଲେ । ସବୁ ଦିଗରୁ ଘଟଣାର ତଦନ୍ତ ପରେ ସତ୍ୟାସତ୍ୟ ସ୍ପଷ୍ଟ ହେବ ।

ସେପଟେ SC/ST  ହେଷ୍ଟେଲରେ  ନାବାଳିକା ଛାତ୍ରୀ ଗର୍ଭବତୀ  ଘଟଣାରେ ସିଡବ୍ଲୁସି, ଚାଇଲ୍ଡ ଲାଇନ୍, ଡିଡବ୍ଲୁଓ ମିଳିତ ତଦନ୍ତ ଆରମ୍ଭ କରିଛନ୍ତି । ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ପୂର୍ବରୁ ଉପାନ୍ତ ଅଂଚଳରୁ ଏଭଳି ଘଟଣା ଦେଖିବାକୁ ମିଳୁଥିଲା । ହେଲେ ଏବେ ଖୋଦ୍ ରାଜଧାନୀରେ ଏଭଳି ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.