ଧରାପଡିଗଲା ଲୁଟ୍‌ର ମିଛ ନାଟକ : FIR ଦେଇଥିଲେ, ଏବେ ଗିରଫ ହେଲେ

Published By : Prameya-News7 Bureau | September 07, 2021 IST

ବାରଙ୍ଗ ୭।୯: ଚନ୍ଦକା ଥାନାରେ ମିଛ ଅଭିଯୋଗ କରି ଫସିଲେ ଯୁବକ । ସମ୍ପୃକ୍ତ ଯୁବକ ଯାଜପୁର ଅଞ୍ଚଳର ଅମର ମହାନ୍ତି ବୋଲି ଜଣାପଡିଛି । ଭରତପୁର ଥାନା ଅଞ୍ଚଳର 'ଏଲ୍ ଆଣ୍ଡ୍ ଟି' ଫାଇନାନ୍ସରେ କାର୍ଯ୍ୟ କରୁଥିବା ଜଣେ ସେଲ୍ସ ଏକ୍ସଜିକ୍ୟୁଟିଭ ଅଫିସର କମ୍ପାନୀର ଟଙ୍କା ଡିପୋଜିଟ୍ ପାଇଁ ଅଫିସ୍ ନାଁରେ ଥିବା  ବ୍ୟାଙ୍କକୁ ପଠାଇଥିଲେ । ହେଲେ ଯୁବକ ଜଣଙ୍କ ସୋମବାର ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ କି  ୧ ଲକ୍ଷ ୪୦ହଜାର ଟଙ୍କା ବ୍ୟାଙ୍କ ଯିବା ବାଟରେ ଲୁଟ୍ ହୋଇଯାଇଛି ।

ଅଭିଯୋଗ ମୁତାବକ ପୋଲିସ  ଅନ୍ଧାରୁଆ ଅଞ୍ଚଳର ଉକ୍ତ ସ୍ଥାନକୁ ଭଲଭାବେ ତଦନ୍ତ କରିଥିଲା । ତଦନ୍ତରୁ ଜଣାପଡିଲା ଯେ, ଅଭିଯୋଗକାରୀ ଯୁବକ ମିଛ ଅଭିଯୋଗ କରିଛନ୍ତି । ପୋଲିସ ସଂପୃକ୍ତ ଯୁବକଙ୍କଠାରୁ ୧ ଲକ୍ଷ ୪୦ ହଜାର ଟଙ୍କା ଜବତ କରିଛି ।  ମଙ୍ଗଳବାର ତାଙ୍କୁ ୩୯୨/୩୪ଆଇପିସିରେ କୋର୍ଟ ଫରୱାର୍ଡ କରିଛି ଚନ୍ଦକା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.