Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ପରିଚୟ ବଦଳାଇ ମହିଳାଙ୍କୁ ବାରମ୍ବାର କରୁଥିଲା ଦୁଷ୍କର୍ମ, ଯୁବକ ଗିରଫ

2/02/2021 at 10:29 AM

ଅହମ୍ମଦାବାଦ ୨।୨: ଗୁଜରାଟ ଅହମ୍ମଦାବାଦରେ ୩୧ ବର୍ଷ ବୟସ୍କା ମହିଳାଙ୍କୁ ଅନେକ ଥର ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ପରିଚୟ ବଦଳାଇ ମହିଳାଙ୍କ ସହ ପ୍ରଥମେ ବନ୍ଧୁତା ସ୍ଥାପନା କରିଥିଲା । ପରେ ତାଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ । ଏହି ସମୟରେ ଅଭିଯୁକ୍ତ ମହିଳାଙ୍କର ଅଶ୍ଳୀଳ ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ । ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି ।

ପୀଡିତା ମହିଳାଙ୍କ ଅଭିଯୋଗ ଅନୁସାରେ ଯୁବକ ଜଣଙ୍କ ଜଣେ ଇଲେକ୍ଟ୍ରିସିଆନ । ଯିଏକି ମହିଳାଙ୍କ ଘରେ କାମ କରିବାକୁ ଆସିଥିଲା । ସେହିଠାରୁ ଉଭୟଙ୍କୁ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା । ଯୁବକ ଜଣଙ୍କ ତାଙ୍କ ନାଁ ପିଣ୍ଟୁ ବୋଲି କହିଥିଲେ । କିଛି ଦିନ କଥା ହେଲା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା ।

ଏହାପରେ ଉଭୟଙ୍କ ମଧ୍ୟରେ ସଂପର୍କ ଆହୁରି ନିବିଡ ହୋଇଗଲା । ଉଭୟଙ୍କ ମଧ୍ୟରେ ଶାରୀରିକ ସଂପର୍କ ଗଢିଉଠିଥିଲା । ମହିଳା ଜଣଙ୍କ ସଂପୃକ୍ତ ଯୁବକଙ୍କ ସବ ଭିନ୍ନ ଭିନ୍ନ ସ୍ଥାନ ବୁଲୁଥିଲେ ଏବଂ ଶାରୀରିକ ସଂପର୍କ ମଧ୍ୟ ରଖୁଥିଲେ । ଦିନେ ମହିଳା ଜାଣିବାକୁ ପାଇଲେ ଯେ, ସଂପୃକ୍ତ ଯୁବକଙ୍କ ନାଁ ପିଣ୍ଟୁ ନୁହେଁ ବରଂ ରମଜାନ ଘାଚି । ସେ ଅନ୍ୟ ଧର୍ମର ଯୁବକ । ଏକଥା ଜାଣିବା ପରେ ମହିଳା ଜଣଙ୍କ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଉଭୟ ୧୪ ମାସ ରିଲେସନସିପ୍ ରେ ରହିଥିଲେ ।

   Related Posts