ମହଙ୍ଗା ପଡିଲା ନାବାଳିକାଙ୍କର ଅଶ୍ଳୀଳ ଫଟୋ ଓ ଭିଡିଓ ଉତ୍ତୋଳନ, ଗିରଫ ହେଲା ଯୁବକ

Published By : Prameya-News7 Bureau | August 13, 2019 IST

ବାରିପଦା ୧୩|୮:  ମହଙ୍ଗା ପଡିଲା ମହିଳା ଏବଂ ନାବାଳିକାଙ୍କର ଅଶ୍ଳୀଳ ଫଟୋ ଓ ଭିଡିଓ ଉତ୍ତୋଳନ। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ବାରିପଦା ଟାଉନ ଥାନା ପୋଲିସ ଜଣେ ଯୁବକକୁ ଗିରଫ କରିଛି। ଯୁବକ ଜଣକ ବାଙ୍ଗିରିପୋଷି ଅଞ୍ଚଳର ସୋନୁ ପାତ୍ର ।

{"id":143890}

ସୂଚନାଯୋଗ୍ୟ ଯେ, ସୋନୁ ସ୍ଥାନୀୟ ପୁରୁଣା ହାଟସାହି ଅଞ୍ଚଳରେ ଏକ ଭଡାଘରେ ରହି ସହରର ବିଭିନ୍ନ ସ୍ଥାନରେ କାମଦାମ କରୁଥିଲେ । ତେବେ ସେ ବିଭିନ୍ନ ସମୟରେ ଭଡା ଘର ନିକଟରେ ରହୁଥିବା ମହିଳାମାନଙ୍କର ଆପତ୍ତିଜନକ ଫୋଟ ତଥା ଭିଡିଓ ଉତ୍ତୋଳନ କରି ଚାଲିଥିଲା । ଗତକାଲି ସମାନ ଅବସ୍ଥାରେ ଜଣେ ପଡୋଶୀଙ୍କ ଘରର ଜଣେ ନାବାଳିକାର ଫଟୋ ଉତ୍ତୋଳନ କରୁଥିଲା । ନାବାଳିକା ଜଣକ ସୋନୁର ଏହି କାର୍ଯ୍ୟକଳାପ ଦେଖି ଚିତ୍କାର କରିବାରୁ ପରିବାର ଲୋକେ ଦୌଡି ଆସିଥିଲେ ।

{"id":143891}

ସୋନୁ ଏଭଳି ଘୃଣ୍ୟକାମ କରୁଥିବାର ଦେଖି ତାକୁ ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କ ସହାୟତାରେ ପରିବାରଲୋକ ଧରିଥିଲେ । ଏହାସହ ସେ ବ୍ୟବହାର କରୁଥିବା ମୋବାଇଲକୁ ମଧ୍ୟ ଜବତ କରି ପୋଲିସର ଜିମା ଦେଇଥିଲେ । ଅଧିକ ପଚରାଉଚରା ପରେ ସୋନୁ କେବଳ ଉକ୍ତ ନାବାଳିକାର ନୁହେଁ ବରଂ ଆହୁରି ଅନେକ ମହିଳାଙ୍କର ଏଭଳି ଆପତ୍ତିଜନକ ଫୋଟ ଏବଂ ଭିଡିଓ ଉଠାଇଥିବା ସ୍ବୀକାର କରିଥିଲା ।

{"id":143892}

ଏନେଇ ବାରିପଦା ଟାଉନ ଥାନାରେ ଏକ ମାମଲା  ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ସହିତ ସେ ବ୍ୟବହାର କରୁଥିବା ମୋବାଇଲକୁ ମଧ୍ୟ ଜବତ କରି ତଦନ୍ତ ଚଳାଇଛି ବୋଲି ସୂଚନା ଦେଇଛନ୍ତି ବାରିପଦା ସଦର ଏସଡିପିଓ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.