୪ବର୍ଷ ପ୍ରେମ ପରେ ଗର୍ଭବତୀ ପ୍ରେମିକାଙ୍କୁ ଛାଡି ଦ୍ବିତୀୟ ସହ ରସରଙ୍ଗରେ ମାତିଥିଲା, ଏବେ ହାଜତରେ

Published By : Prameya-News7 Bureau | January 30, 2021 IST

କଣ୍ଟାବାଞ୍ଝି ୩୦।୧: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା କୁର୍ଲୁବାହାଲ ଗାଁର ଜଣେ ଯୁବକ କଂଟାବାଞ୍ଜିରେ ରହୁଥିବା ରାମନଗରପଡାର ଯୁବତୀଙ୍କୁ ଗର୍ଭବତୀ କରି ଜେଲ ଯାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ବୃଷବ ବେହେରା ନାମକ ଜଣେ ଯୁବକ ଚାରି ବର୍ଷ ପୂର୍ବରୁ ତୁରେକେଲା ତେତେଲଖୁଟି ଗାଁର ଜଣେ ଝିଅକୁ ପ୍ରେମ ବିବାହ କରୁଥିଲା । ଚାରି ବର୍ଷ  ଝିଅ ସହ ରହିବା  ପରେ ପୁଣି କଂଟାବାଞ୍ଜିରେ ରହୁଥିବା ଜଣେ ଯୁବତୀ ସହ ତାଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା । ଉକ୍ତ ଯୁବତୀଙ୍କୁ ଚାରି ମାସର ଗର୍ଭବତୀ କରାଇଥିବା ନେଇ ପରିବାର ଲୋକ କଂଟାବାଞ୍ଜିରେ ଲିଖିତ ଅଭିଯୋଗ କରିଛନ୍ତି ।  ଅଭିଯୋଗକୁ ଅଧାର କରି କଂଟାବାଞ୍ଜି ପୋଲିସ ଏସଆଇ ହୀରା ଖାଲକୋ ତଦନ୍ତ ଆରମ୍ଭ କରି ଉକ୍ତ ଯୁବକକୁ ଗିରଫ କରିଛନ୍ତି । ତେବେ ଜାମିନ ନାମଞ୍ଜୁର ହେବାରୁ ଯୁବକଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.