ଛାତ୍ର ୪୨୦ : ସହଯାତ୍ରୀଙ୍କୁ ପ୍ରଭାବିତ କରି କିଣୁଥିଲା ବିମାନ ଟିକେଟ୍, ବେସ୍ ଚତୁରତାର ସହ ଠକୁଥିଲା

Published By : Prameya-News7 Bureau | November 08, 2020 IST

ହାଇଦ୍ରାବାଦ, ୧୧|୦୮: ଧରା ପଡିଲା ଷ୍ଟୁଡେଣ୍ଟ୍ ୪୨୦ । ବିମାନ ଯାତ୍ରା ପାଇଁ ଲୋକଙ୍କୁ ଠକି ଟଙ୍କା ଲୁଟୁଥିବା ଜଣେ ୨୧ ବର୍ଷୀୟ ଯୁବକକୁ ଗିରଫ କରିଛି ପୋଲିସ । ଏହି ଯୁବକ ଜଣଙ୍କ ଏକ ଶସ୍ତା ବିମାନ ଟିକେଟ୍ କିଣି ଜାଣିଶୁଣି ଫ୍ଲାଇଟ୍ ମିସ୍ କରୁଥିଲେ । ଏହାପରେ ବିମାନ ବନ୍ଦରରେ ଅନ୍ୟ ଯାତ୍ରୀଙ୍କଠାରୁ ସେ ବାହାନା କରି ଟଙ୍କା ମାଗୁଥିଲେ । ଏପରିକି ସେମାନଙ୍କୁ ଟଙ୍କା ଫେରାଇବାକୁ ପ୍ରତିଶ୍ରୁତି ଦେଇ ଆଉ ଧରା ଛୁଆଁ ଦେଉ ନଥିଲେ ।

ସୂଚନାନୁସାରେ, ଏମଭି ଦିନେଶ କୁମାର ନାମକ ଜଣେ ଯୁବକ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ରୁହନ୍ତି । ବିମାନ ଯାତ୍ରୀଙ୍କୁ ଠକିବା ଅଭିଯୋଗରେ ସାମସାବାଦ୍ ପୋଲିସ ତାଙ୍କୁ ଗିରଫ କରିଛି । ଡାକ୍ତର ସେଜୁ ନାମକ ଜଣେ ବିମାନ ଯାତ୍ରୀ  ଦିନେଶଙ୍କ ବିରୋଧରେ ସିଆଇଏସଏଫ ଓ କୋଏମ୍ବାଟାର ଥାନାରେ ଅଭିଯୋଗ କରିଥିଲେ । ଦିନେଶ ତାଙ୍କଠାରୁ ୧୦ ହଜାର ଟଙ୍କା ନେଇଥିବା ସେ ଅଭିଯୋଗ କରିଥିଲେ ।

ଏକ ସାମ୍ନାଦିକ ସମ୍ମିଳନୀରେ ପୋଲିସ ଦିନେଶଙ୍କ କାରନାମା ବାବଦରେ ଅନେକ ଗୁମର ଫିଟାଇଛି । ପୋଲିସର କହିବାନୁସାରେ, ଦିନେଶ ଜାଣିଶୁଣି ଶସ୍ତା ଟିକେଟ୍ କିଣୁଥିଲେ । ତେବେ ଜାଣିଶୁଣି ବିମାନ ଫେଲ୍‌ର ବାହାନ କରି ନାଟକ ଆରମ୍ଭ କରିଦେଉଥିଲେ । ଅନ୍ୟ ଯାତ୍ରୀଙ୍କୁ ଫ୍ଲାଇଟ୍ ଫେଲ୍ ହେବା ବାହାନା କରି ଟଙ୍କା ମାଗୁଥିଲେ । ଟଙ୍କା ନେଇ ସେ ଆଉ ଏକ ଟିକେଟ୍ କିଣୁଥିଲେ । ନିଜକୁ ଜଣେ ଛାତ୍ରର ପରିଚୟ ଦେଇ ଅନ୍ୟମାନଙ୍କ ବିଶ୍ୱାସ ଜିତିବା ସହ ଟଙ୍କା ପେରାଇ ଦେବାକୁ ମିଛ ପ୍ରତିଶ୍ରୁତି ଦେଉଥିଲେ । କିନ୍ତୁ ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଉନଥିଲେ ।

ଏପରି ଭାବେ ସେ କେବଳ ନିଜ ଟିକେଟର କ୍ଷତି ଭରଣା କରୁନଥିବା ବରଂ ନିଜ ପାଇଁ କିଛି ଟଙ୍କା ରଖୁଥିଲେ । କାରଣ ସେ ଏକାଧିକ ଯାତ୍ରୀଙ୍କଠାରୁ ଟିକେଟ୍ କିଣିବା ନେଇ ଚଙ୍କା ଆଣୁଥିଲେ ।ଗିରଫ ବେଳେ ପୋଲିସ ତଠାରୁ ଏକ ଫେକ୍ ପରିଚୟ ପତ୍ର ଜବତ କରିଛି । ତେବେ ସେ ଏପରି ଠକେଇ କରି ଅନେକ ସ୍ଥାନକୁ ଯାତ୍ରୀ କରିଛନ୍ତି । ମହାମାରୀ ସମୟରେ ମଧ୍ୟ ସେ ଅନେକ ସ୍ଥାନକୁ ବିମାନରେ ଯାତ୍ରା କରିଛନ୍ତି । କାରଣ ତାର ସୋସିଆଲ ମିଡିଆ ଆକାଉଣ୍ଟରେ ଅନେକ ଫଟୋ ପୋଷ୍ଟ ହୋଇଛି ।

ପୋଲିସ ଆହୁରି ମଧ୍ୟ କହିଛି ଯେ, ଦିନେଶ ପ୍ରଥମେ ବିଜୟଓ୍ୱାଡା-ହାଇଦ୍ରାବାଦ ରୁଟରେ ଏପରି ଠକେଇ କରୁଥିଲା ।ଏଠାରେ  ଏପରି  ଠକେଇ ସେ ୭ଥର କରିଛି ।ତା ନାଁରେ ଅନେକ ମାମଲା ମଧ୍ୟ ରହିଛି । ସମାନ ଅଭିଯୋଗରେ ଗତ ଅଗଷ୍ଟ ୧୬ ତାରିଖରେ ତାକୁ ବେଙ୍ଗାଲୁରୁ ପୋଲିସ ଗିରଫ କରିଥିଲା । ତେବେ ଦିନେଶର ଏପରି କାରନାମା ବିଷୟରେ ତାର ପରିବାର ଲୋକେ କିଛି ଜାଣିନଥିବା ଦାବି କରିଛନ୍ତି ବୋଲି ପୋଲିସ କହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.