ଧାର୍ମିକ ଫଟୋରେ ନିଆଁ ଲଗାଇବା ପଡିଲା ମହଙ୍ଗା : ଭିଡିଓ ଭାଇରାଲ୍ ପରେ ଗିରଫ ହେଲା ଯୁବକ

Published By : Prameya-News7 Bureau | October 09, 2019 IST

ରାୟଗଡା ୯।୧୦: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ପଞ୍ଚାଳି ଗାଁରେ ଅଭାବନୀୟ ଘଟଣା ଘଟିଛି । ଧାର୍ମିକ ଫଟୋରେ ନିଆଁ ଲଗାଇ ଜାଳିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଫଟୋ ଜାଳିବା ବେଳେ ଏହାର ଭିଡିଓ କରି ଯୁବକ ଜଣଙ୍କ ସୋସିଆଲ ମିଡ଼ିଆରେ ମଧ୍ୟ ଛାଡିଥିଲେ ।

{"id":167765}

ତେବେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ସମାଲୋଚନା ଓ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାପରେ ମାମଲା ଅତ୍ୟନ୍ତ ଗମ୍ଭୀରତା ଆଡକୁ ଗତି କରୁଥିବା ଜଣା ପଡିବାରୁ ପୋଲିସ ସମ୍ପୃକ୍ତ ଯୁବକଙ୍କ ନାଁରେ ଟିକିରି ଥାନାରେ ଏକ ମାମଲା ରୁଜୁ କରିଥିଲା ।

{"id":167766}

ଏଥିସହ ତୁରନ୍ତ ଯୁବକଙ୍କୁ ଗିରଫ କରାଯାଇଥିଲା । ଗିରଫ ଯୁବକ ଜଣକ ହେଲେ ପଞ୍ଚାଳି ଗ୍ରାମର ଅଗସ୍ତି ଗରଡା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.