Thursday, December 13, 2018

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫେସବୁକ୍‌ରେ ପ୍ରେମଜାଲ : ୩ଯୁବତୀଙ୍କୁ ବ୍ଲାକ୍‌ମେଲିଂ କରି ଜେଲ୍ ଗଲେ ଯୁବକ

ଝାରସୁଗୁଡା ୦୭|୧୨: ଫେସବୁକରେ ମିଛ ପ୍ରେମ ଜାଲରେ ଯୁବତୀଙ୍କୁ ଶିକାର କରୁଥିବା ଯୁବକ ଶେଷରେ ଗଲେ ଜେଲ୍ । ଏଭଳି ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲାରେ । ୩ଜଣ ଯୁବତୀଙ୍କ ଅଭିଯୋଗ ଆଧାରରେ ଝାରସୁଗୁଡା ପୋଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ହେଲେ ବନହରପାଲ୍ଲୀ ଥାନା ବନ୍ଦବାହାଲ ଅଞ୍ଚଳର ରହୁଥିବା ମୁକେଶ ବାରିକ । ସେ ରାୟପୁରରେ ଏକ ଘରୋଇ କମ୍ପାନୀରେ ଘରୋଇ ସୁରକ୍ଷାକର୍ମୀ ଭାବେ ସେ କାର୍ଯ୍ୟରତ ।

ସୂଚନା ଅନୁସାରେ  ପ୍ରଥମେ ଫେସବୁକ୍ ରେ ଫ୍ରେଣ୍ଡ ରିକ୍ବେଷ୍ଟ ପଠାଇ ଫ୍ରେଣ୍ଡ ହେବା ପରେ କଥାବାର୍ତ୍ତା ହୁଏ । ତାପରେ ସେମାନଙ୍କ ସହ ପ୍ରେମ ସଂପର୍କ ସ୍ଥାପନ କରେ । ତାପରେ ଅଶ୍ଳୀଳ ଫଟୋ ପଠାଇବାକୁ କହିଥାଏ । ଅଶ୍ଳୀଳ ଫଟୋ ପାଇବା ପରେ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରିଥାଏ । ଯିଏ ରାଜି ନହେଲା ତାର ଅଶ୍ଳୀଳ ଫଟୋ ଫେସବୁକ୍ ରେ ଫୋଷ୍ଟିଂ । ଝାରସୁଗୁଡା ସହରର ପୁରୁଣା ବସ୍ତିର ଜଣେ ନାବାଳିକା ଏବଂ ଜଣେ ଯୁବତୀଙ୍କ ସହ ବିଟିଏମ ଅଞ୍ଚଳର ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲା ମୁକେଶ ।  ତିନି ଜଣ ଯାକ ମୁକେଶଙ୍କ ପ୍ରେମରେ ଏଭଳି ଅନ୍ଧ ହୋଇଯାଇଥିଲେ ଯେ ଅଶ୍ଳୀଳ ଫଟୋ ପଠାଇବାକୁ ମଧ୍ୟ ପଛାଇନଥିଲେ । ଫଟୋ ପାଇବା ପରେ ଆରମ୍ଭ ହୋଇଥିଲା ମୁକେଶର ଅସଲ ଖେଳ । ତା କଥାରେ କାମ ନକଲେ ପରିଣାମ ଭୟାବହ ହେବ ବୋଲି ମଧ୍ୟ ମୁକେଶ ସେମାନଙ୍କୁ ଚେତାଇ ଦେଇଥିଲା । ଏଭଳି କରିବା ଦ୍ବାରା ଯୁବତୀମାନେ ମାନସିକ ଆଘାତ ମଧ୍ୟ ପାଇଥିଲେ । ଯୁବତୀମାନଙ୍କର ଅଶ୍ଳୀଳ ଫଟୋ ଫେସବୁକରେ ମଧ୍ୟ ପୋଷ୍ଟ କରିବାକୁ ପଛାଇ ନଥିଲା ମୁକେଶ । ଏମିତି ସେ ଅନେକ ଯୁବତୀଙ୍କ ସହ କରୁଥିଲା । କେହି ସାହାସ କରିନପାରି ସବୁ ସହିଯାଉଥିଲେ ମାତ୍ର କିଛି ଜଣ ସାହାସ ଜୁଟାଇ ଥାନାରେ ଅଭିଯୋଗ କଲେ । ଫଳରେ ପୋଲିସ ଘଟଣାର ତଦନ୍ତ କରି ମୁକେଶକୁ ଗିରଫ କରିଛି । ମୁକେଶ ନାଁରେ ପୂର୍ବରୁ ବେଲପାହାଡ ଓ ଲଖନପୁର ଥାନାରେ ଦୁଇଟି ମାମଲା ରହିଛି । ମୁକେଶର ମୋବାଇଲରେ ପ୍ରାୟ ୪୦ଜଣ ଝିଅଙ୍କର ଫଟୋ ରହିଥିବା ପୋଲିସ କହିଛି ।

ମୁକେଶର ପରିବାର ଛତିଶଗଡ ରାୟଗଡଠାରେ ରହୁଛନ୍ତି । ସେମାନଙ୍କର ପ୍ରକୃତ ଘର ବନ୍ଧବାହାଲରେ । ସେ ରାଉରକେଲାର ଏକ ଘରୋଇ କଲେଜରେ ପାଠ ପଢିବା ସହ କିଛି ଦିନ ହେଲା ଏକ ଘରୋଇ କମ୍ପାନୀରେ ସୁରକ୍ଷାକର୍ମୀଭାବେ ରାୟପୁରରେ କାର୍ଯ୍ୟ କରୁଥିଲା । ପୋଲିସ ମୁକେଶକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରି ଜେଲ୍ ପଠାଇଦିଆଯାଇଛି ।

256 Views

   You May Also Like