Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ଯୁବତୀଙ୍କୁ ଅଶ୍ଳୀଳ ଫଟୋ ଓ ଭିଡିଓ ପଠାଇ ସୋସିଆଲ ମିଡିଆରେ ଭାଇରାଲ୍ ଧମକଦେଇ ବ୍ଲାକମେଲିଂ କରୁଥିବା ଯୁବକ ଗିରଫ

30/10/2019 at 10:59 AM

ଭୁବନେଶ୍ବର ୩୦।୧୦: ହ୍ବାଟସଆପରେ ଅଶ୍ଳୀଳ ଭିଡିଓ, ଫଟୋ ପଠାଇବା ଓ ନଗ୍ନ ଭିଡିଓ ତିଆରି କରି ବ୍ଲାକମେଲିଂ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ । ଗିରଫ ଯୁବକ ହେଲେ ସେକ୍‌ ଅମିନ୍‌ । ତାଙ୍କ ଘର ଜଗତସିଂହପୁର ବିରିଡି ଅଢଙ୍ଗଗଡରେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ସେକ୍‌ ଅମିନ୍‌ ବିରିଡିର ଆକାଶ ନାମକ ଜଣେ ଯୁବକର ମୋବାଇଲର ଓଟିପି ବ୍ୟବହାର କରି ହ୍ବାଟସଆପରେ ଯୁବତୀମାନଙ୍କୁ ଅଶ୍ଳୀଳ ଭିଡିଓ ଓ ଫଟୋ ପଠାଉଥିଲା । ଏମିତିକି ଝିଅମାନଙ୍କ ଫଟୋକୁ ଏଡିଟିଂ କରି ଉଲଗ୍ନ କରି ଭାଇରାଲ୍ କରିବା ଧମକ ଦେଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା । କେହି ଅରାଜି ହେଲେ ସେମାନଙ୍କ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଉଥିଲା ଯୁବକ। ଏନେଇ ଜଣେ ଯୁବତୀ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଅଭିଯୋଗ ପାଇବା ପରେ ଘଟଣା ସଂପର୍କରେ ଛାନଭିନ ଆରମ୍ଭ କରିଥିଲା । ମୋବାଇଲ ନମ୍ବର ଟ୍ରାକ କରି ଆକାଶକୁ ବିରିଡିରୁ ଉଠାଇଆଣିଥିଲା । ପୋଲିସ ପଚରାଉଚାରା କରିବା ପରେ ଜାଣିବାକୁ ପାଇଥିଲା ଆକାଶର ମୋବାଇଲ ନମ୍ବରରେ ଅମିନ୍‌ ହ୍ବାଟସଆପ ଖୋଲିଛି । ପୋଲିସ ଅମିନକୁ ଧରିବା ପାଇଁ ଜଗତସିଂପୁର ଘରେ ଚଢ଼ଉ କରିଥିଲା । ମାତ୍ର ସେ ଓଡ଼ିଶା ଛାଡ଼ି ବାଙ୍ଗାଲୋର ପଳାଇଯାଇଥିଲା । ପୋଲିସ ତା ମୋବାଇଲ ନମ୍ବରକୁ ଟ୍ରାକ୍ କରି ଗତକାଲି ବାଙ୍ଗାଲୋରରୁ ତାକୁ ଗିରଫ କରିଛି । ଅମିନ୍‌ ଏଭଳି ଦଶରୁ ଅଧିକ ଝିଅଙ୍କୁ ଏମତି ହଇରାଣ କରୁଥିଲା।

   Related Posts