ପ୍ରେମିକାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ୍ ଧମକ ଦେଇ ଗିରଫ ହେଲା ପ୍ରେମିକ

Published By : Prameya-News7 Bureau | December 25, 2019 IST

ଭୁବନେଶ୍ୱର ୨୫।୧୨: ପ୍ରେମିକାର ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍‌ କରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ୍‌ ଜଣଙ୍କୁ ଗିରଫ କରିଛି । ସଂପୃକ୍ତ ଯୁବକ ଜଣଙ୍କ ବଡ଼ଗଡ ବ୍ରିଟ୍‌ କଲୋନୀରେ ରହୁଥିଲେ । ତାଙ୍କ ଘର ପୁରୀ ଜିଲ୍ଲା ଗୁରୁଡ଼ିପାଲିଆ ଅଞ୍ଚଳରେ ବୋଲି ଜଣାପଡିଛି ।  ଯୁବକଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରା ଯାଇଛି ।

ସୂଚନାଯୋଗ୍ୟ ଯେ, ସଂପୃକ୍ତ ଯୁବକ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ । ସତ୍ୟନଗରରେ ଘର ଭଡ଼ା ନେଇ ରହୁଥିବା ଭଦ୍ରକର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ହୋଇଥିଲା । ପରବର୍ତ୍ତୀ ସମୟରେ ଯୁବକ ଜଣଙ୍କ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ଫଟୋ ଓ ଭିଡିଓ ସୁଟିଂ କରିଥିଲା । ତେବେ କିଛି ଦିନ ପରେ ଯୁବତୀ ଜାଣିବାକୁ ପାଇଥିଲେ ସଂପୃକ୍ତ ଯୁବକଙ୍କର ଅନ୍ୟ ଝିଅ ମାନଙ୍କ ସହ ସମ୍ପର୍କ ରହିଛି। ତେଣୁ ସେ ତାଙ୍କଠାରୁ ଦୂରେଇ ରହିଥିଲେ। ଏହାପରେ ଯୁବକ ଜଣଙ୍କ ତାଙ୍କୁ ଫଟୋ ଓ ଭିଡିଓ ପଠାଇ ବ୍ଲାକ୍‌ମେଲିଂ କରିଥିଲେ। ତେଣୁ ଅନ୍ୟ କିଛି ଉପାୟ ନ ପାଇ ଘଟଣା ସଂପର୍କରେ ସଂପୃକ୍ତ ଯୁବତୀ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରି ସଂପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.