ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ

Published By : Prameya-News7 Bureau | November 30, 2020 IST

ରାଉରକେଲା ୩୦।୧୧: ଚଳନ୍ତା ଟ୍ରେନରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ । ମୁମ୍ବାଇ ହାଓ୍ବଡା-ଲୋକମାଣ୍ୟ ତିଲକ ଏକ୍ସପ୍ରେସରେ ନାବାଳିକା ଜଣଙ୍କ ତାଙ୍କ ପରିବାର ଲୋକଙ୍କ ସହ ମୁମ୍ବାଇରୁ ଟାଟା ନଗର ଆସୁଥିଲେ । ସେହି ଟ୍ରେନର ସେହି ବଗିରେ ୨୮ବର୍ଷ ବୟସ୍କ ଯୁବକ ସରଫାଜ ସେଖ୍ ମୁମ୍ବାଇରୁ ତାଙ୍କ ଘର ହାଓ୍ବଡାକୁ ଫେରୁଥିଲେ ।  ନାବାଳିକାଙ୍କ ପରିବାର ଲୋକଙ୍କ ସହ କଥାବାର୍ତ୍ତା କରି ସଂପର୍କ ବଢାଇଥିଲେ । ଏହାପରେ ସଂପୃକ୍ତ ଯୁବକ ଜଣଙ୍କ ନାବାଳିକା ଝିଅ ଉପରେ ନଜର ପକାଇଥିଲେ ।

{"id":370234,"sizeSlug":"large"}

ନାବାଳିକା ଜଣଙ୍କ ଚଳନ୍ତା ଟ୍ରେନ୍‌ରେ ଟୟଲେଟ ଯାଇଥିଲେ । ସେହି ସମୟରେ ସରଫାଜ ଜୋରଜବରଦସ୍ତି ବାଥରୁମରେ ପଶି ନାବାଳିକାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବାରୁ ନାବାଳିକା ଜଣଙ୍କ ଚିତ୍କାର କରିଥିଲେ । ଚିତ୍କାର ଶୁଣି ପରିବାର ଲୋକେ ସରଫାଜକୁ ଧରି ପିଟିବା ସହ ଟ୍ରେନରେ ଥିବା ଆରଫିଏଫ ଯବାନଙ୍କୁ ହସ୍ତାନ୍ତର କରିଥିଲେ । ଆରପିଏଫ ଯବାନ ଯୁବକଙ୍କୁ ଧରି ରାଉରକେଲା ରେଳବାଇ ପୋଲିସ ଜିମା ଦେଇଥିଲେ ।

{"id":370238,"sizeSlug":"large"}

ନାବାଳିକାଙ୍କ ଘର ରାଞ୍ଚିରେ । ପରିବାର ଲୋକ ରାଞ୍ଚିରେ ପହଞ୍ଚିବା ପରେ ରାଞ୍ଚି ରେଳବାଇ ଥାନାରେ ଲିଖିତ ଏତଲା ଦେଇଥିଲେ । ଏତଲା ନେଇ ରାଉରକେଲା ରେଳବାଇ ପୋଲିସ ପାଖରେ ପହଞ୍ଚିବା ପରେ  ରାଉରକେଲା ରେଳବାଇ ପୋଲିସ ପୋକ୍ସୋ ଧାରାରେ ମାମଲା ରୁଜୁ କରି ଅଭିଯୁକ୍ତ ସରଫାଜ ସେଖକୁ କୋର୍ଟ ଚାଲାଣ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.