Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

୩୭୦ ଧାରା ହଟିବାପରେ ଫେସବୁକରେ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଯୁବକ ଗିରଫ…

8/08/2019 at 12:31 PM

ଜମ୍ମୁ-କାଶ୍ମୀର୮|୮:  ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇବା ପ୍ରସଙ୍ଗକୁ ନେଇ ଫେସବୁକ୍‌ରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଯୁବକକୁ ପୋଲିସ ଗିରଫ କରିଛି।କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ନେଇ ପୁରା ଦେଶ ଖୁସି ପାଳନ କରୁଥିବା ବେଳେ ଜଣେ ଯୁବକ ଫେସବୁକ୍‌ରେ ଅପତ୍ତିଜନକ ଫଟୋ ପୋଷ୍ଟ କରିଥିଲା।

ସୂଚନାମୁତାବକ, ସଫିପୁର ସହରର ଗାନ୍ଧିନଗର ନିବାସୀ ଜିଶାନ୍‌ ଅମ୍ମହଦ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇବା ପ୍ରସଙ୍ଗରେ ଫେସବୁକ୍‌ରେ ଆପତ୍ତିଜନକ ଫଟୋ ପୋଷ୍ଟ କରିଥିଲା। ଏଥିସହ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ମଧ୍ୟ ଦେଇଥିଲା। କେନ୍ଦ୍ର ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ ସମର୍ଥନ କରି ଅନେକ ଲୋକ ଫେସବୁକ୍‌ରେ ଫଟୋ ପୋଷ୍ଟ କରି ଖୁସି ଜାହିର କରିଥିଲେ। ଏମାନଙ୍କ ଫଟୋ ଉପରେ ଜିଶାନ ଅହମ୍ମଦ ମଧ୍ୟ ଅମିତା ଶାହାଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲା।

ଏହି ଆପତ୍ତିଜନକ ପୋଷ୍ଟ ସାମ୍ନାକୁ ଆସିବା ପରେ କିଛି ଲୋକ ଜିଶାନ୍ ଅହମ୍ମଦଙ୍କ ନାଁରେ ପୋଲିସରେ ଅଭିଯୋଗ କରିଥିଲେ। ଏନେଇ ମଙ୍ଗଳବାର ଦିନ ଟାଉନ ଥାନା ଅଧିକାରୀ ଉମେଶ ତ୍ରିପାଠୀ ଅଭିଯୁକ୍ତ ଜିଶାନ୍ ଅହମ୍ମଦ ବିରୋଧରେ ଆଇଟି ଆକ୍ଟ ଓ ଗୃହମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ  ମାମଲା ରୁଜୁ  କରିଥିଲା।

ଅଭିଯୁକ୍ତ ଜିଶାନ୍ ଅହମ୍ମଦକୁ ବୁଧବାର ଦିନ ପୋଲିସ ଗିରଫ କରିଛି।ଆପତ୍ତିଜନକ ଫଟୋ ପୋଷ୍ଟ କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବା ଲୋକଙ୍କ ଉପରେ ନଜର ରହିବ ବୋଲି ସଫିପୁର କୋତବାଲି ଥାନାଅଧିକାରୀ ଅଶୋକ ପାଣ୍ଡେ କହିଛନ୍ତି।ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ଫଟୋ କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ  କହିଛନ୍ତି।

   Related Posts