Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||
  • କରଞ୍ଜିଆ : ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ନିର୍ବାଚିତ ଜନ ପ୍ରତିନିଧିଙ୍କ ଧାରଣା ୪ର୍ଥ ଦିନରେ
  • ||

୧୮ଲକ୍ଷ ଲୁଟ୍ ଘଟଣା ମିଛ : କମ୍ପାନୀ ଟଙ୍କା ହଡପ ଲାଗି ମିଛ ଅଭିଯୋଗ କରିଥିଲା ଅଭିଯୁକ୍ତ, ବିବାହ ଖର୍ଚ୍ଚ ଉଠାଇବା ଲାଗି ରଚନା କରିଥିଲା ଡ୍ରାମା- ପୋଲିସ କଲା ଗିରଫ

30/10/2019 at 4:46 PM

କଟକ ୩୦|୧୦: ନିଜେ ନିଜକୁ ଲୁଟ୍‌ କରିଥିବା ଜଣେ ବିଖ୍ୟାତ ଠକକୁ ଗିରଫ କରିଛି ପୁଲିସ । ଏଭଳି ଏକ ରୋଚକ ଘଟଣା ଉପରୁ କଟକ ଜିଲ୍ଲା ପୁଲିସ ପର୍ଦ୍ଦା ଉଠାଇଛି । ଗତକାଲି , ଅର୍ଥାତ ମଙ୍ଗଳବାର ଅପରାହ୍ନରେ କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ରାଧାକିଶୋର ପୁର ନିକଟରୁ ୧୮ ଲକ୍ଷ ଟଙ୍କା ଲୁଟ୍‌ ହୋଇଯିବାର ସନ୍‌ସନି ଖବର ଆସିଥିଲା । ଯାହାର ଛାନଭିନ୍‌ କଲାପରେ ପୁଲିସ ସେହି ବ୍ୟକ୍ତିକୁ ଗିରଫ କରିଛି, ଯିଏ ଲୁଟ୍‌ର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲା। ଆସନ୍ତା ମାସରେ ସମ୍ପୃକ୍ତ ବ୍ୟକ୍ତି ବିବାହ କରିଥାଆନ୍ତା, ବାହାଘର ଖର୍ଚ୍ଚ ଉଠାଇବା ଲାଗି ଗିରଫ ଅଭିଯୁକ୍ତ ଏକ ହାଇଭୋଲ୍ଟେଜ ଡ୍ରାମା ରିଚିଥିଲା  ବୋଲି କହିଛନ୍ତି କଟକ ଏସ୍‌ ପି .

ମଙ୍ଗଳବାର ଅର୍ଥାତ ଗତକାଲି ୫୫ ନମ୍ବର ଜାତୀୟ ରାଜପଥରେ ୧୮ ଲକ୍ଷ ଟଙ୍କାର ଲୁଟ୍‌ ହୋଇଗଲା ବୋଲି ସଙ୍ଗୀନ ଅଭିଯୋଗ ହୋଇଥିଲା । କିନ୍ତୁ ଘଟଣା ଘଟିବାର ୨୪ ଘଣ୍ଟା ଭିତରେ ସବୁକିଛିକୁ ବେନକାବ କରିଦେଇଛି ପୁଲିସ । ଘଟଣା ସମ୍ପର୍କୀତ ଯାହାବି କିଛି ତଥ୍ୟ ସବୁ ସାମ୍ନାକୁ ଆସିଛି, ତାହା ବେଶ୍‌ ରୋଚକ ଏବଂ ଆଶ୍ଚର୍ଯ୍ୟଚକିତ କଲାଭଳି । ପୁଲିସ ଯେଉଁ ବ୍ୟକ୍ତିଙ୍କୁ ଗିରଫ କରିଛି, ସେହିଁ ନିଜେ ନିଜକୁ ଲୁଟ୍‌ କରିଥିଲା ବୋଲି କହିଛନ୍ତି କଟକ ଏସ୍ ପି.

ଯେହେତୁ ଆସନ୍ତା ମାସରେ ଅଭିଯୁକ୍ତ ବିବାହ କରିଥାଆନ୍ତା, ତେଣୁ ନିଜର ଆର୍ଥିକ ଆବଶ୍ୟକତାକୁ ପୂରଣ କରିବାଲାଗି ସେ ଏକ ଅଭିନବ ଯେଜନା ପ୍ରସ୍ତୁତ କରିଥିଲା ଏବଂ ସମସ୍ତ ଟଙ୍କାକୁ ନିଜେ ରଖିଦେଇ , ଲୁଟ୍‌ ହୋଇଗଲା ବୋଲି ଥାନାରେ ଅଭିଯୋଗ କରିଥିଲା ।ଯାହା ପର୍ଦ୍ଦାଫାସ କରିଛି ପୋଲିସ ।

ଗିରଫ ହୋଇଥିବା ଯୁବକ ଜଣକ ହେଉଛନ୍ତି ଏକ ପ୍ରତିଷ୍ଠିତ ପାନମସଲା କମ୍ପାନୀର ଏରିଆ ମ୍ୟାନେଜର । ମଙ୍ଗଳାବାର ସେ ବିଭିନ୍ନ ସ୍ଥାନରୁ ୧୮ ଲକ୍ଷ ଟଙ୍କା କଲେକ୍ସନ କରି ଭୁବନେଶ୍ବର ଯାଉଥିବା ବେଳେ ଖୁଣ୍ଟୁଣୀ ଥାନା ରାଧାକିଶୋରପୁର ଓଭର ବ୍ରିଜ ନିକଟରେ ୪ ଜଣ ଲୁଟେରା , ତାଙ୍କ ଠାରୁ ଲୁଟ୍‌ କରିନେବାର ଅଭିଯୋଗ ହୋଇଥିଲା । ତେବେ ପୁଲିସ ତଦନ୍ତରୁ ଜଣାପଡିଥିଲାଯେ, ସେ ଲୁଟ୍‌ର ଶିକାର ହୋଇନାହାଁନ୍ତି ବରଂ ନିଜେ ସମସ୍ତ ଟଙ୍କାକୁ ଆତ୍ମସାତ କରିବାକୁ ଉଦ୍ୟମ କରିଥିଲା । ତେବେ ଏ ସମ୍ପର୍କରେ ଅଭିଯୁକ୍ତ ମୁହଁ ଖୋଲିନାହିଁ, କିନ୍ତୁ କଟକ ଏସ୍‌ ପି ଏହା ସ୍ବୀକାର କରିଛନ୍ତିଯେ, ଗୁରୁଡିଝାଟିଆ , ଖୁଣ୍ଟୁଣୀ ଏବଂ ଆଠଗଡ ଥାନାଞ୍ଚଳରେ ଛିନ୍‌ତାଇ ଓ ଲୁଟ୍‌ ଭଳି ଅପରାଧର ହାର ବଢିଚାଲିଛି , ତେଣୁ ତା ଉପରେ ରୋକ୍‌ ଲଗାଇବା ଲାଗି  ସ୍ବତନ୍ତ୍ର ପେଟ୍ରୋଲିଂର ବ୍ୟବସ୍ଥା କରାଯାଉଛି.

ଏଭଳି ଅଭିନବ ଲୁଟ୍‌ ପଛରେ ହୁଏତ ଆଉ କିଛି କାରଣ ଥାଇ ପାରେ. ଜି ଏସ୍‌ ଟି ଠକେଇ କରିବା ହେଉ କିମ୍ବା କମ୍ପାନୀର ଆଉ କିଛି ନକଲି କାରବାର ଉପରେ ଘଣ୍ଟ ଘୋଡାଇବାଲାଗି ଅଭିଯୁକ୍ତ ଏପରି କରିଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି, ସେଥିଲାଗି ଅଧିକ ତଦନ୍ତ କରାଯାଉଛି ବୋଲି କହିଛନ୍ତି କଟକ ଏସ୍ ପି. ତେବେ ଅଭିଯୁକ୍ତଠାରୁ ସମସ୍ତ ଟଙ୍କା ଜବତ ହୋଇଛି ।

   Related Posts