ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

Published By : Prameya-News7 Bureau | July 10, 2021 IST

ପାଟଣା ୧୦।୭: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ୧୩ ବର୍ଷର ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ବୁଧବାର ଅପହରଣ କରିନେଇଥିବା ନେଇ ଅଭିଯୋଗ ହୋଇଥିଲା । ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ପାଟଣା ପୋଲିସ ଦିଗିପଶି ଗ୍ରାମର ମାନସା ମାଝୀଙ୍କ ପୁଅ ରଘୁନାଥ ମାଝୀଙ୍କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି । ଏହାସହ ନାବାଳିକାଙ୍କ ଡାକ୍ତରୀ ମାଇନା କରାଯାଇଛି।

ସୂଚନାଯୋଗ୍ୟ ଯେ, ଦିଗିପଶି ଗ୍ରାମର ମାନସା ମାଝୀଙ୍କ ପୁଅ ରଘୁନାଥ ମାଝି ପାଟଣା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗତ ବୁଧବାର ଅପହରଣ କରି ନେଇ ଯାଇଥିଲେ । ଘଷିପୁରା ଥାନା ଅସ୍ତପୁରା ଗ୍ରାମରେ ନିଜ ସମ୍ପର୍କୀୟ ଭଉଣୀଙ୍କ ଘରେ ରଖି ଦୁଷ୍କର୍ମ କରିଥିଲା। ପରିବାର ଲୋକଙ୍କ ଅଭିଯୋଗ ପରେ ପାଟଣା ପୋଲିସ ଉଭୟଙ୍କୁ ସେଠାରୁ ଆଣି ଶୁକ୍ରବାର ନାବାଳିକାଙ୍କ ଡାକ୍ତରୀ ମାଇନା କରାଇଥିଲା । ଶୁକ୍ରବାର ଉଭୟଙ୍କୁ କୋର୍ଟରେ ହାଜର କରାଇ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି । ଏନେଇ ପାଟଣା ଥାନାରେ ୯୭/୨୧ରେ ମାମଲା ରୁଜୁ କରାଯାଇ ଆଇପିସି ୩୬୩, ୩୭୬, ୩୪ (୬) ପୋସ୍କୋ ଆକ୍ଟରେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.