ଜେଲ ଗଲା ଯୁବକ : କରୋନା ଆତଙ୍କ ବେଳେ ଟଙ୍କାରେ ଛେପ ଲଗାଇ ତିଆରି କରିଥିଲା ଟିକଟକ୍ ଭିଡିଓ

Published By : Prameya-News7 Bureau | April 04, 2020 IST

ନୂଆଦିଲ୍ଲୀ ୪/୪: କରୋନା ଭାଇରସର ଆତଙ୍କ ବିଶ୍ବବ୍ୟାପି ସବୁଠି ଦେଖିବାକୁ ମିଳୁଛି। ଭାରତ ମଧ୍ୟ ଏହି ମହାମାରୀ ଭାଇରସ ସଂକ୍ରମଣର ଶିକାରରେ ଆସିଛି। ସରକାରଙ୍କ ତରଫରୁ କରୋନାର ପ୍ରକୋପକୁ ରୋକିବା ପାଇଁ ଜରୁରୀ ପଦକ୍ଷେପ ନିଆଯାଉଛି। ଭାଇରସ ଯୋଗୁଁ ଦେଶସାରା ୨୧ଦିନର ଲକଡାଉନ୍ ଘୋଷଣା କରାଯାଇଛି। ସେହିପରି ଭାରତରେ କିଛି ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନେଜ ଏହି ନିୟମକୁ ଭଙ୍ଗ କରିବାକୁ ଷଡ଼ଯନ୍ତ୍ର ରଚୁଛନ୍ତି।

ନିକଟରେ ମହାରାଷ୍ଟ୍ରର ମାଲେଗାଁଓରୁ ପୋଲିସ୍ ଜଣେ ଏପରି ବ୍ୟକ୍ତିକୁ ଗିରଫ କରିଛି ଯିଏ ଟିକଟକ୍ ଭିଡିଓ ଜରିଆରେ କରୋନା ଭାଇରସକୁ ନେଇ ଅଦ୍ଭୁତ କଥା କହୁଥିଲା। ଭିଡିଓରେ ୩୮ବର୍ଷ ବୟସ୍କ ଜମିଲ ନୋଟକୁ ଚାଟୁଥିଲା ଏବଂ ନୋଟରେ ନାକ ପୋଛୁଥିଲା ଏବଂ କହୁଥିଲା କରୋନା ଭାଇରସ୍ ଅଲ୍ଲାଙ୍କ ଦଣ୍ଡ,ଯାହାର କୌଣସି ଚିକିତ୍ସା ନାହିଁ। ପୋଲିସ୍ ସୟଦ ଜମିଲକୁ ଗୁରୁବାର ବିଳମ୍ବିତ ରାତିରେ ଗିରଫ କରିଛି। ଗିରଫ ପରେ ଯୁବକର ମେଡିକାଲ ପରୀକ୍ଷା କରାଯାଇଥିଲା ଯେଉଁଥିରେ ତା’ର ରିପୋର୍ଟ ନେଗେଟିଭ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.