ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇ ଟଙ୍କା ଲୁଟ୍ କରୁଥିବା ଫୋର୍‌ଟ୍ବେଣ୍ଟି ପ୍ରେମିକକୁ ଗିରଫ କଲା ପୋଲିସ

Published By : Prameya-News7 Bureau | February 06, 2019 IST

ଭୁବନେଶ୍ବର ୬|୨: ପ୍ରଥମେ ଲଭ୍‌, ପରେ ସେକ୍ସ । ଆଉ ତା ପରେ ପୁଳାପୁଳା ଟଙ୍କା ଲୁଟ୍ । ଯୁବତୀମାନଙ୍କ ଠାରୁ ଟଙ୍କା ଲୁଟ୍ କରୁଥିବା ଧୋକ୍କାବାଜ୍‌ ପ୍ରେମିକକୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ହେଉଛନ୍ତି କନ୍ଧମାଳ ଅଞ୍ଚଳର ପ୍ରିୟରଞ୍ଜନ ନାୟକ ।

ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳର ପ୍ରିୟରଞ୍ଜନ ନାୟକ ଭୁବନେଶ୍ବରରେ ରହୁଥିଲେ । ପୋଲିସର ସୂଚନା ଅନୁସାରେ ପ୍ରିୟ ନିଜକୁ ଓଏଏସ୍‌ ଅଫିସର, ଡାକ୍ତର ଓ ଇଞ୍ଜିନିୟର ବୋଲି ପରିଚୟ ଦେଇ ଧନୀ ଘରର ଝିଅମାନଙ୍କୁ ପ୍ରେମ ଜାଲରେ ଫସାଉଥିଲେ । ବିବାହର ପ୍ରତିଶ୍ରୁତି ଦେଇ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ । ବିଭିନ୍ନ ଆଳ ଦେଖାଇ ପ୍ରେମିକାମାନଙ୍କଠାରୁ ଟଙ୍କା ଲୁଟୁଥିଲେ । ଜଣଙ୍କ ଠାରୁ ସର୍ବସ୍ବ ଲୁଟି ସାରିବା ପରେ ଅନ୍ୟ ଜଣେ ଯୁବତୀଙ୍କୁ ଟାର୍ଗେଟ୍‌ କରୁଥିଲେ ପ୍ରିୟ । ଏହିଭଳି ପ୍ରିୟ ରାଜଧାନୀରେ ଏକାଧିକ ଯୁବତୀଙ୍କ ସହ ସଂପର୍କ ରଖିଥିଲେ ।

{"id":82329}

ସୂଚନା ଅନୁସାରେ ଭୁବନେଶ୍ବରରେ ରହୁଥିବା ଯାଜପୁରର ଜଣେ ଯୁବତୀଙ୍କ ସହ ପ୍ରିୟଙ୍କ ସଂପର୍କ ଥିଲା ।ଯୁବତୀଙ୍କ ନିକଟରେ ପ୍ରିୟ ମୋବାଇଲ୍‌ ଛାଡି ଚାଲି ଯାଇଥିଲେ । ଏହି ସମୟରେ ତାଙ୍କ ମୋବାଇଲ୍‌କୁ ଅନ୍ୟ ଜଣେ ଯୁବତୀଙ୍କ ଫୋନ୍‌ ଆସିଥିଲା । ଯୁବତୀ ଜଣକ ଫୋନ୍‌ ଉଠାଇବା ପରେ ଯାହା ଶୁଣିଥିଲେ ତାଙ୍କ ପାଦତଳୁ ମାଟି ଖସି ଯାଇଥିଲା । ଉକ୍ତ ଯୁବତୀଙ୍କୁ ମଧ୍ୟ ପ୍ରିୟ ଏଭଳି ପ୍ରେମ ଜାଲରେ ଫସାଇ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣାପଡଥିଲା । ଯାଜପୁରର ଯୁବତୀଙ୍କ ଠାରୁ ମଧ୍ୟ ପ୍ରିୟ ଲକ୍ଷାଧିକ ଟଙ୍କା ଠକି ନେଇଥିଲେ । ଶେଷରେ ଠକାମୀର ଶିକାର ହୋଇଥିବା ଯୁବତୀଙ୍କ ସମେତ ଅନ୍ୟ ୩ ଜଣ ଯୁବତୀ ପ୍ରିୟଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ପ୍ରିୟକୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.