ଟ୍ରାଏଲ ରୁମ୍ରେ ଯୁବତୀଙ୍କୁ ଡ୍ରେସ୍ ବଦଳାଉଥିବାର ଦେଖିବା ପଡିଲା ମହଙ୍ଗା
20/12/2018 at 1:24 PM

ପୁଣେ ୨୦|୧୨: ପୁଣେ କ୍ୟାମ୍ପ୍ ଅଞ୍ଚଳରେ ଜଣେ ଯୁବତୀଙ୍କୁ ଚେଞ୍ଜିଙ୍ଗ ରୁମ୍ ରେ ଡ୍ରେସ୍ ଚେଞ୍ଜ କରୁଥିବା ଦେଖିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ଘଟଣାରେ ପୋଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରି ୨୪ ଘଣ୍ଟା ମଧ୍ୟରେ କୋର୍ଟରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିଛି । ଏହି ମାମଲା ଲକ୍ସର ପୋଲିସ ଷ୍ଟେସନରେ ଦାୟର ହୋଇଥିଲା । ଏହି ମାମଲାରେ ଜଣେ ୨୫ବର୍ଷୀୟ ଯୁବତୀ ଅଭିଯୋଗ ଦାୟର କରିଛନ୍ତି।
ପୋଲିସର ସୂଚନା ଅନୁସାରେ ୧୮ଡିସେମ୍ବର ରାତି ପ୍ରାୟ ୮ଟା ୩୦ ମିନିଟ୍ ରେ ଅଭିଯୋଗକାରୀ ଯୁବତୀ କ୍ୟାମ୍ପ ସ୍ଥିତ ଫ୍ୟାକ୍ଟ୍ରି ଆଉଟଲେଟ୍ ସେଲ୍ରେ ପୋଷାକ କିଣିବା ପାଇଁ ଯାଇଥିଲେ । ଯୁବତୀଙ୍କୁ ଗୋଟିଏ ପୋଷାକ ବହୁତ ପସନ୍ଦ ଆସିଥିଲା । ଯୁବତୀ ଜଣଙ୍କ ସେହି ପୋଷାକଟି ଟ୍ରାଏ କରିବା ପାଇଁ ଚେଞ୍ଜିଂ ରୁମ୍ କୁ ଯାଇଥିଲେ । ଚେଞ୍ଜିଂରୁମ୍ ରେ ଡ୍ରେସ୍ ଚେଞ୍ଜ କରୁଥିବା ସମୟରେ ଯୁବତୀ ଜଣଙ୍କୁ ଏକ ଛାଇ ଦେଖାଦେଇଥିଲା । ଯୁବତୀ ବାହାରକୁ ନୀରିକ୍ଷଣ କରି ଦେଖିଲେ ଯେ, ଦୋକାନରେ କାମ କରୁଥିବା ଜଣେ ଯୁବକ ଯୁବତୀଙ୍କୁ ଡ୍ରେସ୍ ଚେଞ୍ଜ କରୁଥିବାର ଦେଖୁଥିଲେ । ଯୁବତୀ ଜଣକ ସେଠାରେ ପାଟି ତୁଣ୍ଡ କରିବାକୁ ଲାଗିଲେ । ଏ ଘଟଣା ସମ୍ବନ୍ଧରେ ପୋଲିସକୁ ମଧ୍ୟ ଜଣାଇଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।
ପୋଲିସ କହିଛି ଯେ, ଏହି ଘଟଣାରେ ୨୧ବର୍ଷୀୟ ଇମରାନ ଜାକିର ପିରଜାଦେଙ୍କୁ ଗିରଫ କରାଯାଇଛି । ଏହା ପୂର୍ବରୁ ମଧ୍ୟ ଇମରାନ ପିରଜାଦେଙ୍କ ନାଁରେ ମଧ୍ୟ ଅଭିଯୋଗ ଆସିଥିଲା । ସେ ଯୁବତୀମାନଙ୍କୁ ଡ୍ରେସ୍ ଦେଖାଇବା ବାହାନାରେ ଛୁଇଁବାକୁ ଚେଷ୍ଟା କରୁଥିଲେ । ପୋଲିସ ଇମରାନଙ୍କୁ ଆଗରୁ ମଧ୍ୟ ଚେତାବନୀ ଦେଇଥିଲା । ମାତ୍ର ଇମରାନ ତାଙ୍କ କାର୍ଯ୍ୟକଳାପରୁ ନିବୃତ୍ତ ହୋଇନଥିଲେ । ସେ ଡ୍ରେସ୍ ରଖିବା ବାହାନାରେ ଚେଞ୍ଜିଂ ରୁମ୍ ରେ ଯୁବତୀ ଏବଂ ମହିଳାମାନଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଡ୍ରେସ୍ ଚେଞ୍ଜ କରୁଥିବାର ଦେଖୁଥିଲା । ପୋଲିସ ଏଭଳି ମାମଲାକୁ ଗମ୍ଭୀରତାର ସହ ନେଇ ଅଭିଯୁକ୍ତକୁ ଗିରଫ କରି କୋର୍ଟରେ ହାଜର କଲା । ୨୪ଘଣ୍ଟା ମଧ୍ୟରେ ଚାର୍ଜସିଟ୍ ମଧ୍ୟ ଦାଖଲ କଲା ପୋଲିସ । ଏହାସହ ଖୁବ୍ ଶୀଘ୍ର ପାଷ୍ଟଟ୍ରାକ୍ କୋର୍ଟରେ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଦଣ୍ଡ ଶୁଣାଇବା ପାଇଁ ପୋଲିସ କୋର୍ଟରେ ଆବେଦନ କରିଛି ।