ଏକତରଫା ପ୍ରେମ : ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ, ଅଭିଯୁକ୍ତ ଯୁବକ ଗିରଫ

Published By : Prameya-News7 Bureau | December 11, 2018 IST

କଟକ ୧୧|୧୨: ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଛାତ୍ରୀ ଜଣକୁ ତାଙ୍କ ପଡୋଶୀ ଜଣେ ଯୁବକ ଅପହରଣ କରି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏତଲା ଆଧାରରେ ମହିଳା ଥାନା ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ ମଙ୍ଗଳବାଗ ଥାନା ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ପଡୋଶୀ ଯୁବକ ଦୀର୍ଘ ଦିନ ହେବ ଏକତରଫା ପ୍ରେମ କରୁଥିଲା । ସ୍କୁଲ ଯିବା ବାଟରେ ମଧ୍ୟ ହଇରାଣ ହରକତ କରୁଥିଲେ । ଗତ ସପ୍ତାହରେ ଛାତ୍ରୀ ଜଣକ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଯୁବକ ନିଜର ଅନ୍ୟଜଣେ ସାଙ୍ଗ ସହ ମିଶି ଛାତ୍ରୀଙ୍କୁ ଅପହରଣ କରିନେଇ କଟକ ବାହାରେ ରଖିଥିଲେ । ଛାତ୍ରୀଙ୍କ ପରିବାରଲୋକ ପ୍ରଥମେ ମଙ୍ଗଳାବାଗ ଥାନାରେ ଏତଲା ଦାୟର କରିଥିଲେ । ପୋଲିସ ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ । ତେବେ ଛାତ୍ରୀ ଜଣକ ଉଦ୍ଧାର ହେବା ପରେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ଜଣାଇଥିଲେ । ଯୁବକ ତାଙ୍କୁ ଅପହରଣ କରିନେଇ ବାରମ୍ବାର ଦୁଷ୍କର୍ମ କରାଯାଇଥିବା ଘରଲୋକଙ୍କୁ ଜଣାଇଥିଲେ । ଦୁଷ୍କର୍ମ ଘଟଣା ଜଣାପଡିବା ପରେ ମହିଳା ଥାନାକୁ ମାମଲା ସ୍ଥାନାନ୍ତର କରାଯାଇଥିଲା । ମହିଳା ଥାନା ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.