ଈବ ନଦୀକୁ ଗାଧୋଇବାକୁ ଯାଇ କକା-ପୁତୁରା ନିଖୋଜ, ଉଦ୍ଧାରକାର୍ଯ୍ୟ ଜାରି

Published By : Prameya-News7 Bureau | March 08, 2020 IST

ବ୍ରଜରାଜନଗର, ୦୮|୦୩: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଈବ ନଦୀକୁ ଗାଧୋଇବାକୁ ଯାଇ କକା ପୁତୁରା ନିଖୋଜ ହୋଇଯାଇଥିବା ଜଣାପଡିଛି।

{"id":234929,"width":746,"height":560,"sizeSlug":"large"}

ସୂଚନାନୁସାରେ, ଆଜି ସକାକୁ କକା ଓ ପୁତୁରା ନଦୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ସେମାନେ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜଖୋଜି କରିଥିଲେ ମଧ୍ୟ ସେମାନଙ୍କ ପତ୍ତା ମିଳିନଥିଲା। ତେବେ ଉଭୟ ନଦୀରେ ନିଖୋଜ ହୋଇଯାଇଥିବା କୁହାଯାଉଛି । ନିଖୋଜ ବ୍ୟକ୍ତି ହେଲେ ଲମଟିବାହାଲର ସନ୍ଦୀପ ମେହେଟା(୪୦) ଏବଂ ପୁତୁରା କେତନ ମେହେଟା(୧୨) । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଦମକଳ ବାହିନୀ ପହଁଚି ସେମାନଙ୍କୁ ଠାବ କରିବାରେ ଲାଗିପଡିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.