ଶ୍ବଶୁର ଉପରେ ଏସିଡ୍ ଫିଙ୍ଗିଲା ଜ୍ବାଇଁ, ଆଣିଲା ଏକ ଭୟଙ୍କର ଅଭିଯୋଗ

Published By : Prameya-News7 Bureau | January 14, 2020 IST

ନାଦିଆଦ ୧୪।୧: ଗୁଜୁରାଟ ନାଦିୟାଦରେ ଜଣେ ବ୍ୟକ୍ତିଙ୍କ ଉପରେ ଏସିଡ୍ ଫିଙ୍ଗାଯାଇଛି । ସପୃକ୍ତ ବ୍ୟକ୍ତିଙ୍କ ଜ୍ବାଇଁ ତାଙ୍କ ଉପରେ ଏସିଡ୍ ଫିଙ୍ଗିଥିବା ଅଭିଯୋଗରେ ଦର୍ଶାଯାଇଛି । ଏସିଡ୍ ଫିଙ୍ଗିଥିବା ଯୁବକ ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ସଂପୃକ୍ତ ବ୍ୟକ୍ତିଙ୍କର ତାଙ୍କ ଝିଅଙ୍କ ସହ ଶାରିରୀକ ସଂପର୍କ ରହିଥିଲା ।

{"id":210997,"sizeSlug":"large"}

ସୂଚନାଯୋଗ୍ୟ ଯେ, ନାଦିଆଦର ଏକ ଛୋଟ ଗାଁରେ ଏଭଳି ଘଟଣା ଘଟିଛି । ଗାଁର କେତନ ଭାଇ (ଛଦ୍ମନାମ)ଙ୍କ ଝିଅ ଆଭା (ଛଦ୍ମନାମ)ଙ୍କ ବିବାହ ଦୁଇ ବର୍ଷ ପୂର୍ବେ ଅଭୟ (ଛଦ୍ମନାମ) ନାମକ ଜଣେ ଯୁବକଙ୍କ ସହ ହୋଇଥିଲା । ଯେତେବେଳେ ଆଭା ଗର୍ଭବତୀ ହେଲେ ସେ ତାଙ୍କ ବାପ ଘରକୁ ପଳାଇଯାଇଥିଲେ । ବାପଘରେ ସେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଦେଢ ମାସ ପରେ ଯେତେବେଳେ ସେ ଶାଶୁଘରକୁ ଫେରିଥିଲେ ସେତେବେଳେ ଶ୍ବଶୁରଘରଲୋକ ତାଙ୍କୁ ଘରେ ପୁରାଇଦେଇନଥିଲେ । ଆଭାଙ୍କ ଝିଅକୁ ରଖି ସେମାନେ ଆଭାଙ୍କୁ ତାଙ୍କ ବାପଘରକୁ ଫେରାଇ ଦେଇଥିଲେ । ଆଭାଙ୍କର ତାଙ୍କ ବାପାଙ୍କ ସହ ଶାରିରୀକ ସଂପର୍କ ଥିବା ଆଭାଙ୍କ ସ୍ବାମୀ ଅଭିଯୋଗ କରିଥିଲେ ।

{"id":210999,"width":576,"height":324,"sizeSlug":"large"}

ଗତ ଶନିବାର ଅର୍ଥାତ୍ ଜାନୁଆରୀ ୧୧ତାରିଖରେ ଆଭାଙ୍କ ବାପା କେତନ ଭାଇ ଶୋଇଥିବା ସମୟରେ ତାଙ୍କ ଉପରେ କେହି ଦୁର୍ବୃତ୍ତ ଏସିଡ୍ ଫିଙ୍ଗିଦେଇଥିଲା । ତାଙ୍କ ସ୍ତ୍ରୀ ନିଶା ବେନ୍ (ଛଦ୍ମନାମ) କହିଥିଲେ ଯେ, ସେ ତାଙ୍କ ଜ୍ବାଇଁଙ୍କୁ ଘଟଣାସ୍ଥଳରୁ ଦୌଡି ପଳାଇବାର ଦେଖିଛନ୍ତି । ଫଳରେ ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଜ୍ବାଇଁ ହିଁ ତାଙ୍କ ସ୍ବାମୀଙ୍କ ଉପରେ ଏସିଡ୍ ଫିଙ୍ଗିଛନ୍ତି ।

ଏ ନେଇ ପରିବାରଲୋକ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । କେତନ ଭାଇ ଏବଂ ତାଙ୍କ ସହ ଶୋଇଥିବା ଶିଶୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଉଭୟ ବିପଦ ମୁକ୍ତ ଥିବା ଡାକ୍ତରଖାନାରୁ ସ୍ପଷ୍ଟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.