Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିବାହର ପ୍ରଲୋଭନ ଦେଖାଇ ସାଲେପୁରରେ ଯୁବତୀଙ୍କୁ ଦୁଷ୍କର୍ମ, ୯ମାସର ଗର୍ଭବତୀଙ୍କୁ ହତ୍ୟା ଧମକ ଦେଉଛି ଦୁଷ୍କର୍ମକାରୀ

31/08/2019 at 1:28 PM

ସାଲେପୁର ୩୧୮: ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଫଳରେ ଯୁବତୀ ଜଣଙ୍କ ୯ ମାସର ଗର୍ଭବତୀ ହୋଇଛନ୍ତି । ସଂପୃକ୍ତ ଯୁବକ ଗର୍ଭବତୀ ଯୁବତୀଙ୍କୁ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି ।ସାଲେପୁର ଥାନାରେ ଯୁବତୀ ଜଣଙ୍କ ଯୁବକ ନାମରେ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ରସୁଲପୁର ଗାଁରେ।ଗାଁ ଜଣେ ଯୁବକ  ଆଜିକୁ ଦୁଇ ବର୍ଷ ହେବ ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ଦୁଷ୍କର୍ମ କରିଆସୁଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ଆଉ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଉଠାଇ ଭାଇରାଲ୍ କରିଦେବା ପାଇଁ ଧମକ ମଧ୍ୟ ଦେଇଆସୁଥିଲା । ତାଙ୍କ ସହ ଶାରୀରିକ ସଂପର୍କ ନ ରଖିଲେ ଫଟୋ ଭାଇରାଲ୍ କରିଦେବେ ବୋଲି ଧମକ ଦେଉଥିଲେ ସଂପୃକ୍ତ ଯୁବକ । ଯୁବତୀ ଜଣଙ୍କ ଏବେ ୯ ମାସର ଗର୍ଭବତୀ ଥିବା ଜଣାପଡିଛି । ଯୁବକଙ୍କୁ ବିବାହ କରିବାକୁ କହିବାରୁ ସେ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ ମାରିଥିବା କହିଛନ୍ତି ପୀଡିତା ଯୁବତୀ । କେବଳ ଯୁବକ ନୁହେଁ ପରିବାରର ଅନ୍ୟ ସଦସ୍ୟମାନେ ମିଶି ମାଡ ମାରିବା ସହ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ । ଘଟଣା ସଂପର୍କରେ ଯୁବତୀ ଜଣଙ୍କ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ମାତ୍ର ଯୁବକଙ୍କ ପରିବାର ଲୋକ ଯୁବତୀଙ୍କ ପରିବାର ଲୋକଙ୍କୁ ଗାଳିଗୁଲଜ କରିଥିଲେ। ଯୁବତୀ ଓ ତାଙ୍କ ଗର୍ଭରେ ଥିବା ସନ୍ତାନକୁ ମାରିଦେବା ପାଇଁ ଧମକ ମଧ୍ୟ ଦେଇଥିବା ଅଭିଯୋଗ କରିଛନ୍ତି ପୀଡିତା ଯୁବତୀ । ଫଳରେ ଯୁବତୀ ଜଣଙ୍କ ପରିବାର ଲୋକଙ୍କ ସହ ଆସି ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

   Related Posts