ଚାକିରୀ କରାଇବାଦେବାର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

Published By : Prameya-News7 Bureau | August 13, 2019 IST

ଭଣ୍ଡାରିପୋଖରୀ ୧୩|୮:  ଚାକିରୀ କରାଇଦେବାର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗ ହୋଇଛି । ପୀଡିତା ଯୁବତୀ ଥାନାରେ ଅଭିଯୋଗ କରିଛନ୍ତି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଘଟିଛି ଘଟଣା।

ସୂଚନଯୋଗ୍ୟ ଯେ, କେଉଁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳର ଜଣେ ଯୁବକ ଭଣ୍ଡାରିପୋଖରୀ ଅଞ୍ଚଳର ଜନୈକ ଯୁବତୀଙ୍କୁ ଚାକିରୀ କରାଇଦେବାର ପ୍ରଲୋଭନ ଦେଖାଇ କେନ୍ଦ୍ରପଡାରେ ଥିବା ସମ୍ପର୍କୀୟଙ୍କ ଘରକୁ ନେଇଯାଇଥିଲେ । ସେଠାରେ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ମୋବାଇଲରେ ଅନ୍ତରଙ୍ଗ ମୂହୁର୍ତ୍ତର ଫୋଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ । ଫୋଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରାଇବା ପାଇଁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ଯୁବତୀ। ପରେ ଉଭୟ ପରିବାର ଲୋକେ ଦୁଇ ଜଣଙ୍କ ବିବାହ କରାଇଦେବା ପାଇଁ ସ୍ଥିର କରିଥିଲେ ମଧ୍ୟ ଯୁବକ ଜଣକ ସେଠାରୁ ପଳାଇଯାଇଥିବା ଅଭିଯୋଗ କରିଛନ୍ତି ଯୁବତୀ । ଥାନାରେ ଅଭିଯୋଗ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା କହିଛନ୍ତି ପୀଡ଼ିତା । ଅନ୍ୟପଟେ ଘଟଣାର ତଦନ୍ତ କରୁଥିବା ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.