Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା, ଅବୈଧ ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ
  • ||
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||

ଜଙ୍ଗଲରୁ ବାଇକ୍ ମିଳିବା ଘଟଣାର ଖୋଲିଲା ଗୁମର, ଦୁର୍ଘଟଣା ଘଟାଇ ପୋଲିସ ବାଇକ୍ ନେଇ ଫେରାର ହୋଇଥିଲା ଅଭିଯୁକ୍ତ

11/10/2019 at 4:33 PM

ଉଦଳା ୧୧।୧୦: ମୟୁରଭଞ୍ଜ ଜିଲ୍ଲା ଉଦଳା କଲେଜ ପାଖ ଜଙ୍ଗଲରୁ ପୋଲିସ ବାଇକ୍ ମିଳିବା ଘଟଣାରୁ େବେ ନୂଆ ଘଟଣା ସାମ୍ନାକୁ ଆସିଛି । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଏକ ସାଂଘାତିକ ଘଟଣାର ପର୍ଦ୍ଦାଫାଶ ହୋଇଛି । ଯାହା ପୋଲିସ କର୍ମଚାରୀଙ୍କ ଢିଲା ପଣକୁ ପଦାରେ ପକାଇଛି । 

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ କଲେଜ ନିକଟ ଜଙ୍ଗଲରୁ ମିଳିଥିଲା ଏକ ଆପାଚି ବାଇକ୍ । ବାଇକଟି ଜଙ୍ଗଲ ପାଖରେ ପଡିଥିବା ବେଳେ ଗାଡି ନମ୍ବର ଥିଲା ଓଡି୦୫ ଏଜି ୩୮୪୩ । ଗାଡିରେ ଚାବି ଲାଗିଥିବା ବେଳେ ଗାଡି ଆଗରେ ପୋଲିସ ଲେଖାଯାଇଥିଲା । ଏହା ସହିତ ଏହି ଗାଡି ନମ୍ବରକୁ ଓ୍ବେବସାଇଟରେ ଖୋଜିବା ପରେ ତାହା ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସର ମାଲିକାନାରେ ରହିଥିବା ଜଣାପଡିଥିଲା । ୨୦୧୮ ମସିହା ମାର୍ଚ୍ଚ ୨୦ ତାରିଖରେ ଏହି ଗାଡିଟି କଟକରୁ କିଣାଯାଇଥିବା ଜଣାପଡିଛି ।

ଜଙ୍ଗଲରେ ପୋଲିସ ବାଇକ୍ ମିଳିବା ଘଟଣାରେ ଏବେ ସାମ୍ନାକୁ ଆସିଛି ଏକ ସାଂଘାତିକ ଘଟଣା । ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ଶୁଳିଆପଦା ଥାନା  କୁଜିଡିହି ଛକ ନିକଟରେ ଏକ ସଡକ ଦୁର୍ଘଟଣା ହୋଇଥିଲା । ଶୁଳିଆପଦା ଥାନାର ଏଏସଆଇ ସତ୍ୟନାରାୟଣ ବାରିକ ଏବଂ ହାବିଲଦାର ଦିପ୍ତଂଶେ ଦାସ ଓଡି୦୫ ଏଜି ୩୮୪୩ ନମ୍ବର ବିଶିଷ୍ଟ ବାଇକ୍ ନେଇ ଘଟଣାସ୍ଥଳକୁ ଯାଇଥିଲେ । ଉକ୍ତ ଦୁର୍ଘଟଣାରେ ଗୁରୁତର ହୋଇଥିବା ମହିଳାଙ୍କୁ ଚିକିତ୍ସା ନିମନ୍ତେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଯୁବକ ପଶ୍ଚିମମେଦିନାପୁର ଅଂଚଳର ଶିବ ଜେନାଙ୍କୁ ଚିକିତ୍ସା ନିମନ୍ତେ କୋଷ୍ଠା ସିଏଚସିରେ ଭର୍ତ୍ତି କରିଥିଲେ । ହେଲେ ଦୁର୍ଘଟଣାକାରୀ ଜଣକ ପୋଲିସକୁ ଚକମା ଦେଇ ଡାକ୍ତରଖାନାରୁ ପୋଲିସ ବାଇକ୍ ନେଇ ଖସି ପଳାଇଯାଇଥିଲେ । ସେ ଉକ୍ତ ବାଇକକୁ ଆଣି ଉଦଳା ଜଙ୍ଗଲରେ ପକାଇ ଫେରାର ହୋଇଯାଇଥିଲେ ।

ତେବେ ପୋଲିସ ହେପାଜତରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ଘଟଣାକୁ ନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଉକ୍ତ ଦୁର୍ଘଟଣା ମାମଲାରେ କାର୍ଯ୍ୟରତ ଥିବା ଏଏସଆଇ ସତ୍ୟନାରାୟଣ ବାରିକ ଏବଂ ହାବିଲଦାର ଦିପ୍ତଂଶେ ଦାସଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ବାଇକଟିକୁ ଉଦଳା କଲେଜ ଜଙ୍ଗଲ ପାଖରେ ପକାଇ ଫେରାର ହୋଇଯାଇଥିବା ବେଳେ ଆଜି ସକାଳୁ ଉଦଳା ପୋଲିସ୍ ଉକ୍ତ ବାଇକକୁ ଜବତ କରି ନିଜ ହେପାଜତକୁ ନେଇଥିଲା । 

   Related Posts