ଆପଣ UPI ଜିଡିଟାଲ ପେମେଣ୍ଟ ସିଷ୍ଟମ୍ ବ୍ୟବହାର କରୁଛନ୍ତି କି?... ସାବଧାନ, ଏମିତି ଆସିପାରେ ଫ୍ରଡ୍ କଲ୍

Published By : Prameya-News7 Bureau | December 23, 2019 IST

ନୂଆଦିଲ୍ଲୀ୨୩/୧୨: ଦେଶରେ କିଭଳି ଡିଜିଟାଲ ଟ୍ରାଞ୍ଜାକ୍ସନ ବୃଦ୍ଧି ହେବା ଏ ନେଇ ଭାରତ ସରକାର ପ୍ରୋତ୍ସାହନ ଦେଉଛନ୍ତି। ୨୦୨୧ ମସିହା ସୁଦ୍ଧା ଦେଶରେ ଡିଜିଟାଲ ଟ୍ରାଞ୍ଜାକ୍ସନ ଚାରିଗୁଣକୁ ବୃଦ୍ଧି ହେବ ବୋଲି ଆଶା କରାଯାଉଛି। ଭାରତରେ ଅଧିକାଂଶ ଲୋକ ଡିଜିଟାଲ ଟ୍ରାଞ୍ଜାକ୍ସନ ପାଇଁ ୟୁପିଆଇ (UPI) ବା ୟୁନିଫାଏଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌ର ବ୍ୟବହାର କରୁଛନ୍ତି। ତେବେ ଏହି ୟୁପିଆଇର ପିନ୍ ନମ୍ବର ଆପଣଙ୍କ ବ୍ୟାଙ୍କ  ଏଟିଏମ ସହ ଲିଙ୍କ୍‌ ରହୁଛି। ତେବେ ଏହି ପିନ୍‌ ନମ୍ବର ଗୁପ୍ତ ରଖନ୍ତୁ, ଏ ସଂପର୍କରେ  କାହାକୁ ସୂଚନା ଦିଅନ୍ତୁ ନାହିଁ। କିନ୍ତୁ ଏଠି ପ୍ରଶ୍ନ ଉଠିଛି ଟଙ୍କା ନେଣଦେଣ ପାଇଁ ୟୁପିଆଇ ଆପ୍ଲିକେସନ କେତେ ସୁରକ୍ଷିତ?  

ଡିଜିଟାଲ ଟ୍ରାଞ୍ଜାକ୍ସନ ପାଇଁ ସୁରକ୍ଷିତ ଆପ୍ଲିକେସନରେ ୟୁପିଆଇର ପିନ୍‌ ନମ୍ବର ବ୍ୟବହାର କରିବା ଉଚିତ୍‌। ଏମିତି କିଛି ଆପ୍ଲିକେସନ ଅଛି ଯାହାକି ଆପଣଙ୍କ ଫୋନରେ ଥିବା ସବୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରି ନେଇଯାଇଥାଏ। ତେବେ ଏଭଳି ଆପ୍ଲିକେସନରେ ୟୁପିଆଇର ପିନ୍‌ ନମ୍ବର ବ୍ୟବହାର କରନ୍ତୁ ନାହିଁ। ଭିମ୍‌ ୟୁପିଆଇ ଭଳି ସୁରକ୍ଷିତ ଆପ୍ଲିକେସନରେ ୟୁପିଆଇ ପିନ୍ ନମ୍ବର ବ୍ୟବହାର କରନ୍ତୁ।  କୌଣସି ଓ୍ବେବସାଇଟ୍‌ କିମ୍ବା ଫର୍ମରେ ୟୁପିଆଇର ପିନ୍ ନମ୍ବର ଦିଅନ୍ତୁ ନାହିଁ।

ୟୁଜର୍ସ ସବୁବେଳେ ଗୋଟିଏ କଥା ମନେ ରଖିବା ଉଚିତ୍‌। ଡିଜିଟାଲ ମାଧ୍ୟମରେ ଟଙ୍କା ପେମେଣ୍ଟ କରିବା ସମୟରେ ୟୁପିଆଇର ପିନ୍ ନମ୍ବର ଦେବାକୁ ପଡ଼ିଥାଏ। ଯଦି କିଏ ଆପଣଙ୍କୁ ଟଙ୍କା ପଠାଉଛନ୍ତି ତେବେ ଏହି କ୍ଷେତ୍ରରେ ୟୁପିଆଇର ପିନ୍ ନମ୍ବର ଦେବାକୁ ପଡି ନ ଥାଏ। ଯଦିଏହି କ୍ଷେତ୍ରରେ ୟୁପିଆଇର ପିନ୍‌ ନମ୍ବର ଦେବା ପାଇଁ କୁହାଯାଏ ତେବେ ଆପଣ  ଦିଅନ୍ତୁ ନାହିଁ। ବର୍ତ୍ତମାନ ସମୟରେ ଭାରତରେ ବହୁ ଲୋକ ସାଇବର ଠକାମିର ଶିକାର ହେଉଛନ୍ତି। ଏପରି କି ମେସେଜ୍ ଓ ଫ୍ରଡ୍‌ କଲ୍ ମାଧ୍ୟମରେ ଆପଣ ଏକ ହଜାର କିମ୍ବା ୨ ହଜାର ଟଙ୍କା ଜିତିଛନ୍ତି କହି ୟୁପିଆଇର ପିନ୍‌ ନମ୍ବର ମାଗିବେ। ୟୁପିଆଇର ପିନ୍‌ ନମ୍ବର ଦେଲେ ଆପଣଙ୍କୁ ୧୦୦୦/୨୦୦୦ ଟଙ୍କା ମିଳିବ। ଏଭଳି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ସାଇବର ହ୍ୟାକର୍ସ କୋଟି କୋଟି ଟଙ୍କା ଲୁଟି ନେବେ। ତେଣୁ ଏ ସବୁ ପ୍ରତି ସାବଧାନ ରହିବା ନିହାତି ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.