Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

କବାଡି ଖାନାକୁ ଯିବ ଆପଣଙ୍କ ପୁରୁଣା ଗାଡି, ମୋଦୀ ସରକାର ଆଣୁଛନ୍ତି ନୂତନ ପଲିସି

5/09/2020 at 7:29 PM

ନୂଆଦିଲ୍ଲୀ ୦୫।୦୯: ଯଦି ଆପଣଙ୍କ ଗାଡି ପୁରୁଣା ହୋଇ ଯାଇଛି ତେବେ ଏହାକୁ କବାଡି ଖାନାକୁ ପଠାଇ ଦିଆଯିବ। ଏଠାରେ କହି ରଖୁଛୁ ଦୀର୍ଘ ସମୟ ଧରି ଏହି ନୀତି ଉପରେ ବିଚାର ବିମର୍ଶ ଚାଲିଛି। ହେଲେ ଏବେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଗାଡିକୁ କବାଡି ଖାନାକୁ ପଠାଇବା ସଂପର୍କିତ ନୀତିର ପ୍ରସ୍ତାବ ପ୍ରସ୍ତୁତ ହୋଇ ସାରିଛି ଏବଂ ସମସ୍ତ ସମ୍ବନ୍ଧିତ ପକ୍ଷ ଏହା ଉପରେ ନିଜର ମତାମତ ମଧ୍ୟ ଦେଇଛନ୍ତି।

ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଥିଲେ ସରକାର ପୁରୁଣା ଗାଡିକୁ କବାଡଖାନାରେ ପରିଣତ କରିବା ନୀତି ଆଣିବାକୁ ପ୍ରସ୍ତୁତ। ଯଦି ଏମିତି ହୁଏ ତେବେ  ବନ୍ଦର ପାଖରେ ରିସାଇକ୍ଲିଂ କେନ୍ଦ୍ର ତିଆରି କରାଯାଇ ପାରିବ। ଗଡକରୀ କହିଥିଲେ ପୁରୁଣା କାର, ଟ୍ରକ ଓ ବସ୍‌କୁ କବାଡରେ ପରିଣତ କରାଯିବ।

ଗଡକରୀଙ୍କ ଅନୁଯାୟୀ ଦେଶରେ ବନ୍ଦଗୁଡିକର ଗଭୀରତାକୁ ୧୮ ମିଟର  ବଢାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ କବାଡ ଗାଡି ପାଇଁ ରିସାଇକ୍ଲିଂ ପ୍ଲାଣ୍ଟ ବନ୍ଦର ନିକଟରେ ସ୍ଥାପନ କରାଯିବ। ଏଥିରୁ ଉତ୍ପାଦିତ ସାମଗ୍ରୀ ଅଟୋ ମୋବାଇଲ ଉଦ୍ୟୋଗ ପାଇଁ ଉପଯୋଗୀ ହୋଇ ପାରିବ କାରଣ ଏହା କାର, ବସ୍ ଓ ଟ୍ରକର ବିନିର୍ମାଣର ମୂଲ୍ୟକୁ ହ୍ରାସ କରିବ। ଏମିତି ହେଲେ ଅନ୍ତରାଷ୍ଟ୍ରୀୟ ବଜାରରେ ଭାରତର ଚାହିଦା ଆହୁରି ବଢିବ ଏବଂ ଗାଡି ଦାମ ମଧ୍ୟ ଅପେକ୍ଷାକୃତ କମ ହେବ।

ଗଡକରୀଙ୍କ ଅନୁଯାୟୀ ପାଞ୍ଚ ବର୍ଷ ଭିତରେ ଭାରତରେ ସମସ୍ତ କାର, ବସ୍ ଓ ଟ୍ରକ ପାଇଁ ଏକ ବିନିର୍ମାଣ କେନ୍ଦ୍ର ରହିବ, ଯେଉଁଠି ସମସ୍ତ ଇନ୍ଧନ, ଇଥେନାଲ, ମିଥେନାଲ,  ବାୟୋ ସିଏନଜି, ଇଲେକ୍ଟ୍ରି ସହିତ ହାଇଡ୍ରୋଜେନ ଇନ୍ଧନ ମଧ୍ୟ ବିକ୍ରି ହେବ।

   Related Posts