ଆପଣଙ୍କ ପାଦର ଅଙ୍ଗୁଳିରୁ ଜଣାପଡେ ବ୍ୟକ୍ତିତ୍ୱ, ଜାଣନ୍ତୁ କିପରି

Published By : Prameya-News7 Bureau | June 30, 2019 IST

ଜ୍ୟୋତିଷ ବିଦ୍ୟାର ସାମୁଦ୍ରିକ ଶାସ୍ତ୍ର ମଧ୍ୟ ଏକ ଅଙ୍ଗ। ଯେଉଁଥିରୁ ମଣିଷର ଶରୀର ସଂରଚନା ଆକଳନ କରି ତାଙ୍କର ହାବଭାବ, ଚାଲିଚଳନ ଆଦି ସମ୍ପର୍କରେ ଅନୁମାନ କରାଯାଇପାରେ। କେବଳ ଆପଣଙ୍କ ପାଦକୁ ଚାହିଁ ଦେଲେ ସମୁଦ୍ରିକ ଶାସ୍ତ୍ର ଅଭିଜ୍ଞ ଆପଣଙ୍କ ସମ୍ପର୍କରେ ସବୁ କିଛି ବଖାଣି ଦେଇପାରନ୍ତି। ତେବେ ଆସନ୍ତୁ ଜାଣିବା ସାମୁଦ୍ରିକ ଶାସ୍ତ୍ରରେ ଏପରି କଣ ରହିଛି ଯାହା ମଣିଷର ବ୍ୟକ୍ତିତ୍ୱକୁ ସୂଚାଇ ପାରୁଛି।

{"id":129218}

ଜ୍ୟୋତିଷୀରେ ସାମୁଦ୍ରିକ ଶାସ୍ତ୍ର ମଣିଷର ଶାରୀରିକ ସଂରଚନାର  ବିସ୍ତୃତ ବ୍ୟାକ୍ଷା ରହିଛି। ଏଥିରେ ସବୁ ଲୋକଙ୍କର ଯଦିଓ ଦୁଇଟି ଗୋଡ ଓ ୨ଟି ପାଦ ରହିଛି କିନ୍ତୁ ସମସ୍ତଙ୍କ ଗୋଡ ଓ ପାଦର ସଂରଚନା କିନ୍ତୁ ଏକ ସମାନ ନୁହେଁ। କାହା ପାଦର ବୁଢା ଆଙ୍ଗୁଠି ଟିକେ ବଡ ତ କାହା ପାଦର ବୁଢା ଆଙ୍ଗୁଠି ପାଖ ଅଙ୍ଗୁଠି ଟି ବଡ ସେହିପରି କାହାର ପାଦରେ ଅଙ୍ଗୁଳି ଛାଡିଛାଡି ରହୁଛି ତ କାହାର ଗୁନ୍ଥି ହୋଇ ଲାଗି ଲାଗି ରହୁଛି। ତେବେ ସେହି ସଂରଚନା ଅନୁସାରେ ସେପରି ଲୋକଙ୍କ ଚାଲିଚଳନ ଓ ଆଚାର ବ୍ୟବହାର କିପରି ହୋଇଥାଏ ତାହା ସାମୁଦ୍ରିକ ଶାସ୍ତ୍ରରେ ବିସ୍ତୃତ ବ୍ୟାକ୍ଷା ହୋଇଛି। ସେହି ଅନୁସାରେ ଯେଉଁ ଲୋକଙ୍କ  ପାଦର ବୁଢା ଆଙ୍ଗୁଠି ଓ  ତା ପାଖ ଆଙ୍ଗୁଠିଟି ସମାନ ଥାଏ ସେମାନେ କଠିନ ପରିଶ୍ରମୀ ଓ ପରିବାରର ଅତ୍ୟନ୍ତ ପ୍ରୀୟ ହୋଇଥାନ୍ତି। ସେମାନେ ସେମାନଙ୍କର ପାରିବାରିକ ଦାୟିତ୍ୱ ବେଶ ବହନ କରିପାରନ୍ତି। ସେହିପରି କାହାର କାହାର ବୁଢା ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ଅପେକ୍ଷା ଅଧିକ ଲମ୍ବା ହୋଇଥାଏ। ତେବେ ଏଥିରୁ ବୁଝିବାକୁ ପଡିବ ଲୋକ ପାଇଁ କିଛି ନା କିଛି ଦୁର୍ଭାଗ୍ୟ ନିଶ୍ଚିତ ରହିଛି।

{"id":129219}

ଯେଉଁମାନଙ୍କର ଆଙ୍ଗୁଠି କ୍ରମାନୁସାରେ ଥାଏ ସେମାନେ ସର୍ବଦା ଅନ୍ୟ ଉପରେ ନିଜର କର୍ତୁତ ଜାହିର କରିଥାନ୍ତି। ସେମାନେ ସବୁ ସ୍ଥାନରେ ନିଜର ସମ୍ମାନକୁ ଜଗିଥାନ୍ତି ଓ ସମସ୍ତ କଥା ତାଙ୍କୁ ପଚାରି କରାଯାଉ ବୋଲି ଚାହିଁ ଥାନ୍ତି। ଏଥିରେ ବ୍ୟତିକ୍ରମ ହେଲେ ବିଭ୍ରାଟ କରନ୍ତି। ସେହିଭଳି ପାଦପ ବୁଢା ଆଙ୍ଗୁଠି ପାଖ ଅଙ୍ଗୁଳି ବଡ ଥିଲେ ବିବାହ ପରେ ଘରେ ତାଙ୍କର ରାଜ ଚଳାନ୍ତି। ସମସ୍ତଙ୍କୁ ଆଜ୍ଞାଧିନ ରଖିବା ସେମାନଙ୍କର ଏକାନ୍ତ ଇଛା। ବୁଢା ଆଙ୍ଗୁଠି ଲମ୍ବା ଓ ବାକି ଆଙ୍ଗୁଠି ସବୁ ଏକ ସମାନ୍ତରରେ ରହୁଥିଲେ ଏଭଳି ଲୋକେ ଶାନ୍ତି ପ୍ରୀୟ ଓ କୌଣସି କାର୍ଯ୍ୟକୁ ଅତ୍ୟନ୍ତ ଧୌର୍ଯ୍ୟର ସହ କରିବାକୁ ପସନ୍ଦ କରନ୍ତି। ଏମାନେ ନିଜ ଶତ୍ରୁ ଉପରେ ବି ଶାନ୍ତିର ସହ ବିଜୟ ହାସଲ କରିବାରେ ମାହିର।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.