Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଆଇପିଏଲ ନିଲାମୀର ୨ମିନିଟ ପରେ ଏହି ଖେଳାଳିଙ୍କ ପାଖକୁ ଆସିଥିଲା କୋହଲିଙ୍କ ମେସେଜ, ହୋଇଗଲେ ଭାବବିହ୍ୱଳ

22/02/2021 at 12:56 PM

ମୁମ୍ବାଇ ୨୨/୦୨ : ବର୍ତ୍ତମାନ ସମୟରେ ପ୍ରତ୍ୟେକ ଯୁବ କ୍ରିକେଟର ଭାରତୀୟ କ୍ୟାପଟେନ ବିରାଟ କୋହଲିଙ୍କୁ ନିଜ ରୋଲ ମଡେଲ ଭଳି ଦେଖୁଛନ୍ତି। କୋହଲିଙ୍କ ସହ କ୍ରିକେଟ ଖେଳିବାକୁ ପ୍ରାୟ ସବୁ ଯୁବ ଖେଳାଳିଙ୍କ ଇଚ୍ଛା। କିନ୍ତୁ ସବୁ ଖେଳାଳିଙ୍କୁ ସେ ମଉକା ମିଳିନଥାଏ। କିନ୍ତୁ ଯେଉଁମାନଙ୍କୁ ମଉକା ମିଳିଥାଏ ସେମାନଙ୍କ ପାଇଁ ଏହା ଏକ ସ୍ବପ୍ନ ସଦୃଶ୍ୟ। କେରଳ ୱିକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ଆଜାହରୁଦ୍ଦିନଙ୍କ ସହ ଏମିତି ଏକ ଘଟଣା ଘଟିଛି। ୫ ଦିନ ପୂର୍ବରୁ ହୋଇଥିବା ଆଇପିଏଲ ଅକ୍ସନରେ ତାଙ୍କୁ ବିରାଟଙ୍କ ଟିମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦ ଲକ୍ଷ ଟଙ୍କାରେ କିଣିଛି।

ମହମ୍ମଦ ଆଜାହରୁଦ୍ଦିନ ବେଙ୍ଗାଲୁରୁର ଏକ ହୋଟେଲରେ ବସି ଆଇପିଏଲ ନିଲାମୀ ଦେଖୁଥିଲେ। ସେତେବେଳେ ତାଙ୍କୁ ସୂଚନା ମିଳିଥିଲା ଯେ କୋହଲିଙ୍କ ସହ ଖେଳିବାର ତାଙ୍କର ସ୍ବପ୍ନ ପୁରା ହୋଇଛି। ଆରସିବି ଦ୍ୱାରା କିଣାଯିବାର ଦୁଇ ମିନିଟ ପରେ ତାଙ୍କୁ ଏକ ଅଜଣା ନମ୍ବରରୁ ମେସେଜ ଆସିଥିଲା ଓ ଶୁଭେଚ୍ଛା ଦିଆଯାଇଥିଲା।

ଏକ ଇଣ୍ଟରଭ୍ୟୁରେ ଆଜହାରୁଦ୍ଦିନ କହିଛନ୍ତି, “ନିଲାମୀର ଦୁଇ ମିନିଟ ପରେ ମୋ ପାଖକୁ ବିରାଟ ଭାଇଙ୍କ ମେସେଜ ଆସିଥିଲା। ମେସେଜରେ ଲେଖାହୋଇଥିଲା, ‘ୱେଲକମ୍ ଟୁ ଆରସିବି, ଅଲ୍ ଦ ବେଷ୍ଟ, ବିରାଟ ହିଅର।’ ଏହି ମେସେଜ ମୋତେ ଭାବବିହ୍ୱଳ କରିଦେଇଥିଲା। କୋହଲି ମୋତେ ମେସେଜ କରିବେ ବୋଲି ମୁଁ କେବେ ଭାବିନଥିଲି। ମୋ ପାଇଁ ଏହା ବହୁତ ଖୁସିର କଥା। ବିରାଟ ଭାଇଙ୍କୁ ମୁଁ କ୍ରିକେଟ୍ ଆଇକନ୍ ଭଳି ଦେଖେ। ମୁଁ ସବୁବେଳେ ତାଙ୍କ ସହ କ୍ରିକେଟ୍ ଖେଳିବାକୁ ସ୍ବପ୍ନ ଦେଖିଚି। ତାଙ୍କ ଟିମରେ ସାମିଲ ହିଁ ମୁଁ ବହୁତ ଉତ୍ସାହିତ ଓ ଖୁସି।”

ନିକଟରେ ଅନୁଷ୍ଠିତ ହୋଇଥିବା ମୁସ୍ତାକ ଅଲି ଟି-୨୦ ଟୁର୍ନାମେଣ୍ଟରେ ଆଜହାରୁଦ୍ଦିନ ମୁମ୍ବାଇ ବିପକ୍ଷରେ ମ୍ୟାଚରେ ୩୭ ବଲରେ ଶତକ କରି ଦମଦାର ପ୍ରଦର୍ଶନ କରିଥିଲେ। ସେ ୫୪ ବଲରେ ୧୩୭ ରନ କରିଥିଲେ। ଏହି ଇନିଂସରେ ସେ ୧୧ଟି ଛକ୍କା ଓ ୯ଟି ଚୌକା ମାରିଥିଲେ। ଟୁର୍ନାମେଣ୍ଟରେ ସେ ୫ଟି ମ୍ୟାଚରେ ୨୧୪ ରନ କରିଥିଲେ। ୫ଟି ମ୍ୟାଚରେ ସେ ୧୫ଟି ଛକ୍କା ମାରିଥିଲେ। ୨୦୧୫ରେ ସେ ଘରୋଇ କ୍ରିକେଟରେ ଡେବ୍ୟୁ କରିଥିଲେ।

   Related Posts