Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ପୁଣି ପୁରୀରେ ଦିନ ଦିପହରେ ଯୁବକଙ୍କୁ ପୋଡି ହତ୍ୟା! ୫ ଦିନ ତଳେ ଡାକ୍ତଙ୍କ ପତ୍ନୀଙ୍କୁ ହୋଇଥିଲା ହତ୍ୟା

22/12/2018 at 8:04 PM

ପୁରୀ୨୨|୧୨: ୨ ଦିନ ନ ବିତୁଣୁ ପୁରୀ ସହରରେ ପୁଣି ଏକ ଅଭାବନୀୟ ଘଟଣା। ରେଡ଼କ୍ରସ ରୋଡ଼୍ ପୋଲିସ ଉଚ୍ଚ ବିଦ୍ୟାଳୟ ପାର୍ଶ୍ୱ କ୍ୟାବିନ୍ ପଛପଟୁ ଏକ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ କୁମ୍ଭାରପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକଙ୍କ ପରିଚୟ ମିଳିନାହିଁ।  

ଅପରାହ୍ନ ଗୋଟାଏ। ସହରରେ ପ୍ରଚାରିତ ହେଲା ପୋଲିସ ହାଇସ୍କୁଲ ନିକଟରେ ଜଣେ ଯୁବକଙ୍କୁ ପୋଡ଼ି ମାରିଦିଆଯାଇଛି। ଧିରେ ଧିରେ ସେଠାରେ ଲୋକଙ୍କ ପ୍ରବଳ ଗହଳି ଲାଗିଥିଲା। ସ୍କୁଲକୁ ଲାଗି ରେଡ଼କ୍ରସ୍ ରୋଡ଼ ବଡ଼ନାଳ ପାଖରେ ଏକ କ୍ୟାବିନ୍ ପଛପାର୍ଶ୍ୱରୁ ଦଗ୍ଧ ମୃତଦେହ ପଡ଼ିଥିଲା। ମୁହଁ ମାଡ଼ି  ପଡ଼ିଥିବା ଶରୀରର ପ୍ରାୟ ୭୦ ପ୍ରତିଶତ ପୋଡ଼ିଯାଇଥିଲା। ଯୁବକକୁ କେହି ପୋଡ଼ି ମାରିଦେଇଛି କି ମାନସିକ ସନ୍ତୁଳନ ହରାଇ ସେ ନିଜେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।  

ତେବେ ମୃତକଙ୍କ ପରିଚୟ ମିଳିନଥିବା ବେଳେ ସ୍ଥାନୀୟ ଯୁବକ ତଥା ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ଚିତ୍କାର ଶୁଣି ସେମାନେ ସେଠାକୁ ଆସିବା ବେଳକୁ ସେ ମୁହଁ ପୋତି ଟଳି ପଡ଼ିଥିଲେ। ତୁରନ୍ତ ସେମାନେ ଆମ୍ୱୁଲାନ୍ସ ଓ ପୋଲିସକୁ ଖବର ଦେଇଥିଲେ।

ପିସିଆର ଭ୍ୟାନ୍ ସହ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।  

   

ଗତ ୧୭ ତାରିଖରେ ରେଳବାଇ ଡ଼ାକ୍ତର ସଂଜୀବ କୁମାର ସାହୁଙ୍କ ପତ୍ନୀ ସୁଜାତା ସାହୁଙ୍କୁ ଅତି ଜଘନ୍ୟ ଭାବେ ହତ୍ୟ କରାଯାଇଥିଲା। ଘଟଣାକୁ ୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ରହସ୍ୟ ଖୋଜିବାରେ ନାକେଦମ୍ ହୋଇପଡ଼ିଛି। ପୁଣିଥରେ ଯୁବକଙ୍କ ଦଗ୍ଧ ମୃତଦେହ ମିଳିବା ପୋଲିସ ପାଇଁ ମୁଣ୍ତବ୍ୟଥାର କାରଣ ପାଲଟିଛି।  

   Related Posts