ସାପ ଲାଞ୍ଜରେ ହାତ ଦେବା ଯୁବକଙ୍କୁ ପଡ଼ିଲା ମହଙ୍ଗା : ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

Published By : Prameya-News7 Bureau | August 18, 2020 IST

ଉନ୍ନାଓ ୧୮/୮: ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାରୁ ଏକ ଅଦ୍ଭୁତ ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ଯୁବକଙ୍କୁ କଳା ସାପର ଲାଞ୍ଜ ଧରିବା ମହଙ୍ଗା ସାବ୍ୟସ୍ତ ହୋଇଛି। ସାପଟି ପଛୁଆ ଯୁବକକୁ ଦଂଶନ କରିଥିଲା ଯାହାର କିଛି ସମୟ ପରେ ଯୁବକଙ୍କ ମୃତ୍ୟୁ ହୋଇଥିଲା।

ଏହି ଘଟଣାଟି ଘଟିଛି ଉନ୍ନାଓ ଥାନାର ଆଜାଦ ନଗର ଶୁକ୍ଳାଗଞ୍ଜରେ। ଏଠାରେ ଏକ କଳା ସାପ ଗୋଟିଏ ମୂଷାକୁ ଗିଳୁଥିଲା। ସେହି ସମୟରେ ଜଣେ ଯୁବକଙ୍କ ନଜର ସାପ ଉପରେ ପଡ଼ିଥିଲା ଏବଂ ସେ ସେହି ସାପର ଲାଞ୍ଜ ଧରି ଟାଣି ଆଣିଥିଲେ।

ଏହି ସମୟରେ ସାପ ପଛୁଆ ଯୁବକଙ୍କ ହାତରେ ଦଂଶନ କରିଥିଲା। ଏହା ପରେ ଯୁବକ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଦେଖୁ ଦେଖୁ ସେଠାରେ ଭିଡ଼ ଜମି ଯାଇଥିଲା। ଏହା ପରେ ଯୁବକ ପୁଣି ଥରେ ହେି ସାପର ଲାଞ୍ଜକୁ ଧରି ହାତରେ ଉଠାଇ ନେଇଥିଲେ।

 ଯୁବକ ସେହି ସାପକୁ ଧରି ଝଡ଼ାଫୁଙ୍କା ଚକ୍କରରେ ଘଣ୍ଟାଏ ଏପଟ ସେପଟ ହୋଇଥିଲେ। ଗୋଟିଏ ଜାଗାରେ ଠେଲା ପାଖେ ଛିଡ଼ା ହୋଇ ଔଷଧର ଅପେକ୍ଷା ମଧ୍ୟ କରିଥିଲେ।

କେବଳ ଏତିକି ନୁହେଁ ବାଟରେ ପଡ଼ିଥିବା ସରକାରୀ ହସ୍ପିଟାଲରେ ମଧ୍ୟ ଯୁବକ ଚିକିତ୍ସା ପାଇଁ ପହଞ୍ଚିଥିଲେ କିନ୍ତୁ ସେଠାରେ ମଧ୍ୟ ସେ ନିରାଶ ହୋଇ ଫେରିଥିଲେ। ଆଶ୍ଚର୍ଯ୍ୟର କଥା ଏହିକି ଯେ ଏହି ସମୟରେ ଯୁବକ ହାତରେ ସାପକୁ ଧରିଥିଲେ।

ସେ ଯେକୌଣସି ମତେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ କିନ୍ତୁ ଚିକିତ୍ସା ସମୟରେ ସେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ। ହସ୍ପିଟାଲରେ ଯୁବକଙ୍କ ପରିବାର ଲୋକ ଏବଂ ଅନ୍ୟ ଲୋକେ ମଧ୍ୟ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.