ସର୍ବ କନିଷ୍ଠ ସହିଦ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ ପାଳିତ

Published By : Prameya-News7 Bureau | October 05, 2020 IST

ଢେଙ୍କାନାଳ ୫।୧୦: ବିଶ୍ବର ସର୍ବ କନିଷ୍ଠ ସହିଦ ବାଜି ରାଉତଙ୍କ ଆଜି ଜନ୍ମ ଜୟନ୍ତୀ । ତେବେ ମହାମାରୀ କୋରନା କଟକଣା ପାଇଁ ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମଉତ୍ସବକୁ କେବଳ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ପ୍ରଦାନରେ ସୀମିତ ରଖିବାକୁ ବାଧ୍ୟ ହୋଇଛି ପ୍ରଶାସନ ।

୧୯୨୬ ମସିହା ଅକ୍ଟୋବର ୫ତାରିଖ ଅର୍ଥାତ ଆଜିର ଦିନରେ ଏସିଆ ମହାଦେଶର ସର୍ବବୃହତ ଗ୍ରାମ କୁହାଯାଉଥିବା ଢେଙ୍କାନାଳ ଜିଲ୍ଲା ଭୁବନର ନୀଳକଣ୍ଠପୁରରେ ଜନ୍ମ ନେଇଥିଲେ ଏହି ବୀର ବାଜି ରାଉତ । ତେବେ ଢେଙ୍କାନାଳରୁ ଆରମ୍ଭ ହୋଇଥିବା ପ୍ରଜାମଣ୍ଡଳ ଆନ୍ଦୋଳନକୁ ଦମନ କରିବାକୁ ଆସୁଥିବା ବ୍ରିଟିଶ ଫୌଜିମାନଙ୍କ ଗୁଳିରେ ଗତ ୧୯୩୮ ମସିହା ଅକ୍ଟୋବର ୧୧ ତାରିଖରେ ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ । ମାତ୍ର ୧୨ବର୍ଷ ବୟସରେ ବାଜି ରାଉତଙ୍କ ଅସୀମ ସାହସ ଓ ବୀରତ୍ବ ପାଇଁ ସେ ବିଶ୍ବର ସର୍ବକନିଷ୍ଠର ମାନ୍ୟତା ପାଇଛନ୍ତି ।

{"id":339116,"sizeSlug":"large"}

ଏହି ମହାନ ସହିଦଙ୍କର ଜନ୍ମ ଜୟନ୍ତୀ ଅବସରରେ ଆଜି ଢେଙ୍କାନାଳ ସହରର ବାଜିଚୌକ ସ୍ଥିତ ବାଜି ରାଉତଙ୍କ ସହିଦ ସ୍ତମ୍ଭରେ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ପରେ ବାଜି ରାଉତଙ୍କ ଜନ୍ମସ୍ଥାନ ଭୁବନ ନୀଳକଣ୍ଠପୁରରେ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ଏହି ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରରେ କେତେକ କୁନି କୁନି ପିଲାଙ୍କୁ ଜିଲ୍ଲାପାଳ ଚକୋଲେଟ ବାଣ୍ଟିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.