ସବୁଠାରୁ କମ୍ ବୟସରେ ପ୍ରଥମ ନିର୍ବାଚନ ଜିତି କାଉନସିଲର ହେଲେ ୨୧ ବର୍ଷୀୟ ଅସମାଁ

Published By : Prameya-News7 Bureau | November 04, 2020 IST

ଜୟପୁର ୦୪/୧୧ : ଜୟପୁର ନଗର ନିଗମ ନିର୍ବାଚନରେ ଅନେକ ଧୁରନ୍ଧର ନେତା ମଇଦାନକୁ ଓହ୍ଲାଇ ରାଜନୈତିକ କୌଶଳର ପରିଚୟ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଏମିତି କିଛି ଯୁବପିଢ଼ି ଅଛନ୍ତି ଯେଉଁମାନେ ନିର୍ବାଚନରୁ ରାଜନୀତିର ଅ ଆ ଶିଖିବା ଆରମ୍ଭ କରିଛନ୍ତି। ଏହିଭଳି ଜଣେ ଯୁବା ନେତ୍ରୀ ହେଉଛନ୍ତି ଅସମାଁ ଖାନ। ପ୍ରଥମଥର ନିର୍ବାଚନ ଲଢ଼ି ମାତ୍ର ୨୧ ବର୍ଷ ବୟସରେ କାଉନସିଲର ହୋଇଥିବା ଅସମାଁ ନଗର ନିଗମ ନିର୍ବାଚନରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି।

ଅସମାଁ ଖାନ ରାଜସ୍ଥାନ ରାଜଧାନୀ ଜୟପୁରର ହେରିଟେଜ ନଗର ନିଗମ ନମ୍ବର ୮୧ ୱାର୍ଡରୁ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ି ଜିତିଛନ୍ତି। ସ୍ନାତକ ଶେଷ ବର୍ଷ ଛାତ୍ରୀ ଅସମାଁ ଖାନ ନିର୍ବାଚନରେ ଜିତିବା ପରେ ବହୁତ ଖୁସି ଅଛନ୍ତି। ରାଜନୀତିରେ କ୍ୟାରିଅର କରିବା ନେଇ ସେ କହିଛନ୍ତି ଯେ ପରିବାରଲୋକ କହିବାରୁ ସେ ନିର୍ବାଚନ ଲଢ଼ିଥିଲେ। ଆବଶ୍ୟକୀୟ ଓ ଅଭାବୀଙ୍କୁ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରିବେ ବୋଲି ସେ କହିଛନ୍ତି। 

{"id":356053,"sizeSlug":"large"}

ମଧ୍ୟବିତ୍ତ ପରିବାରରୁ ଆସିଥିବା ଅସମାଁ ଖାନ ଜୟପୁର ହେରିଟେଜ ନଗର ନିଗମର ସବୁଠାରୁ କମ ବୟସ କାଉନସିଲର ହୋଇଛନ୍ତି। ସେ କହିଛନ୍ତି ଯେ ଏହି ୱାର୍ଡ ପାଇଁ ଅନେକ ଦାବିଦାର ଥିଲେ । କିନ୍ତୁ ଯୁବା ଓ ବିଦ୍ୟାର୍ଥୀ ହୋଇଥିବାରୁ ତାଙ୍କୁ ଲୋକେ ଉତ୍ସାହିତ କରିଥିଲେ ଏବଂ ଏଥିପାଇଁ ତାଙ୍କୁ ଫାଇଦା ମଧ୍ୟ ମିଳିଛି। ସେଥିପାଇଁ କଂଗ୍ରେସ ତାଙ୍କୁ ଟିକେଟ ଦେଇ ପ୍ରାର୍ଥୀ କରିଥିଲା। ଅସମାଁ ଖାନ କହିଛନ୍ତି ଯେ କାଉନସିଲର ହେବା ସହ ସେ ନିଜ ପଢା ଜାରି ରଖିବେ।

ଜୟପୁର ହେରିଟେଜ ନଗର ନିଗମରେ କଂଗ୍ରେସ-ବିଜେପି କାହାକୁ ବି ସ୍ପଷ୍ଟ ବହୁମତ ମିଳିନାହିଁ। କିନ୍ତୁ କଂଗ୍ରେସ ଏହି ୱାର୍ଡରେ ଜିତିଛି। କଂଗ୍ରେସ ଏହି ୱାର୍ଡର ମୋଟ ୧୦୦ ଆସନରୁ ୪୭ ଆସନରେ ଜିତିଛି। ଏହି ନିଗମ କ୍ଷେତ୍ରରେ ବିଜେପିକୁ ୪୨ ଆସନ ମିଳିଛି। ଏଠାରେ ୧୧ ୱାର୍ଡରେ ନୀରଦଳୀୟ କାଉନସିଲର ଜିତିଛନ୍ତି। ଏହି ନିଗମରେ ବୋର୍ଡ ଗଠନ ପାଇଁ କଂଗ୍ରେସକୁ କେବଳ ୪ଟି କାଉନସିଲର ଆବଶ୍ୟକ। କିନ୍ତୁ ବିଜେପିକୁ ୯ଟି କାଉନସିଲର ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.