Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ସାନ ସିନା ଦାନ ତା ମହାନ : ମୃତ୍ୟୁ ପୂର୍ବରୁ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗଗୁଡିକୁ ଦାନ କଲେ ଅଢେଇ ବର୍ଷର ଶିଶୁ, ବଞ୍ଚାଇଲେ ୭ଟି ଜୀବନ

18/12/2020 at 2:55 PM

ସୁରତ ୧୮/୧୨ : ବୟସ ମାତ୍ର ଅଢେଇ ବର୍ଷ । ଦୁନିଆକୁ ସଠିକ ଭାବେ ବୁଝିବା ଆଗରୁ ଲିଭିଗଲା ଜୀବନ ଦୀପ । କିନ୍ତୁ ମୃତ୍ୟୁ ପୂର୍ବରୁ ବଞ୍ଚେଇଦେଇଗଲା ସାତ ସାତଟି ମୂଲ୍ୟବାନ ଜୀବନ । ଗୁଜୁରାଟ ସୁରତର ଜଣେ ଅଢେଇ ବର୍ଷର ଶିଶୁ ମୃତ୍ୟୁ ପୂର୍ବରୁ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗଗୁଡିକୁ ଦାନ କରିଛନ୍ତି ।

ସୂଚନା ଅନୁସାରେ ଡିସେମ୍ବର ୯ରେ ଗୁଜୁରାଟର ଭତର ଅଞ୍ଚଳର ଶାନ୍ତି ପ୍ୟାଲେସ୍‌ରେ ଅଢେଇ ବର୍ଷର ଶିଶୁ ଜାସ୍ ଓଜା ବାଲକୋନିରୁ ପଡି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ବ୍ରେନ୍ ହାମରେଜ୍ ଯୋଗୁଁ ଡାକ୍ତର ତାଙ୍କୁ ଡିସେମ୍ବର ୧୪ ତାରିଖରେ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ । ଏହା ସହ ଜାସ ଓଜା ମାତ୍ର ଅଢେଇ ବର୍ଷ ବୟସରେ ଅଙ୍ଗାଦନ କରି ବିଶ୍ବର ସବୁଠାରୁ ସାନ ଅଙ୍ଗ ଦାତା ଭାବେ ଏକ ନୂଆ ପରିଚୟ ପାଇଛନ୍ତି ।

ପିତା ସଞ୍ଜୀବ ଓଜା ଏବଂ ମା ଅର୍ଚ୍ଚନା ଓଜା ତାଙ୍କ ପୁତ୍ରର ଅଙ୍ଗଗୁଡିକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ପିତା ମାତା ଶିଶୁଟିର ଲିଭର,ଲଙ୍ଗସ୍, ଫୁସଫୁସ୍, ଆଖି ଏବଂ କିଡନୀ ଦାନ କରିଥିଲେ । ତୁରନ୍ତ ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କର ହାର୍ଟ ଏବଂ ଲଙ୍ଗସ୍‌କୁ ଚେନ୍ନାଇ ପଠାଯାଇଥିଲା । ସେଠାରେ ଶିଶୁଟିର ହାର୍ଟକୁ ଋଷିଆର ଜଣେ ୪ ବର୍ଷର ଶିଶୁ ଦେହ​‌ରେ ପ୍ରତିରୋପଣ କରାଯାଇଥିଲା ।

କିଡନୀଗୁଡିକୁ ଆମ୍ବୁଲାନ୍ସରେ ଅହମଦାବାଦ ଇନଷ୍ଟିଚ୍ୟୁଟ୍ ଅଫ୍ କିଡନୀ ଡିଜିଜ୍ ଆଣ୍ଡ୍ ରିସର୍ଚ୍ଚ ସେଣ୍ଟରକୁ ପଠାଯାଇଥିଲା । ଗୋଟିଏ କିଡନୀକୁ ସୁରେନ୍ଦ୍ରନଗରର ଜଣେ ୧୩ ବର୍ଷର ଝିଅ ଶରୀରରେ ପ୍ରତିରୋପଣ କରାଯାଇଥିଲା । ଜାସ୍‌ଙ୍କର ଫୁସଫୁସଗୁଡିକୁ ୟୁକ୍ରେନର ଜଣେ ୪ ବର୍ଷର ଶିଶୁ ଶରୀରରେ ପ୍ରତିରୋପଣ କରାଯାଇଥିଲା । ତେବେ ଏପରି ମହାନ କାର୍ଯ୍ୟ କରିଥିବାରୁ ଜାସଙ୍କ ପିତାମାତାଙ୍କୁ ସ୍ଥାନୀୟ ଅଞ୍ଚଳରେ ଖୁବ ପ୍ରଶଂସା କରାଯାଇଛି ।

   Related Posts