Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

୨୧ ବର୍ଷୀୟ ଭାରତୀୟ ମହାରାଜ ଯିଏ ବିଶ୍ୱ ପ୍ରସିଦ୍ଧ ବ୍ରାଣ୍ଡର କରନ୍ତି ମଡେଲିଙ୍ଗ୍ : ବିଶ୍ୱକପ୍ ପୋଲୋରେ କରିଥିଲେ ଭାରତର ପ୍ରତିନିଧିତ୍ବ

21/06/2020 at 6:13 PM

ଜୟପୁର ୨୧/୦୬ : ଭାରତରେ ରାଜା ମହାରାଜାଙ୍କ ଏକ ଅଲଗା ପରିଚୟ ରହିଛି | ଏବେ ରାଜା ମହାରାଜାଙ୍କ ରାଜତ୍ୱ ସରିଯାଇଛି କିନ୍ତୁ ରାଜକୀୟ ପରିବାର ନିଜର ରାଜକୀୟ ଚାଲିଚଳନ ପାଇଁ ଏବେ ମଧ୍ୟ ପ୍ରସିଦ୍ଧ | ଏମାନଙ୍କ ମଧ୍ୟରୁ ଜଣେ ହେଲେ ଜୟପୁର କିଙ୍ଗ ପଦ୍ମନାଭ ସିଂହ | ୧୯ ବର୍ଷ ବୟସରେ ଇଟାଲୀର ମିଲାନରେ ଡାଲ୍ଚେ ଗବ୍ବାନା (Dolce & Gabbana) ଭଳି ଟପ ଇନ୍ଟରନ୍ୟାଶନାଲ ବ୍ରାଣ୍ଡ ପାଇଁ ରାମ୍ପରେ ଚାଲିଥିବା ପଦ୍ମନାଭ ସିଂହକା ଭିତରେ ସମସ୍ତ ଗୁଣ ରହିଛି ଯାହା ଜଣେ ରାଜକୀୟ ବ୍ୟକ୍ତିତ୍ୱରେ ରହିଥାଏ | ବହୁତ କମ ବୟସରେ ସେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଛନ୍ତି |

ପଦ୍ମନାଭ ସିଂହ ମହାରାଜା ନରେନ୍ଦ୍ର ସିଂହ ଓ ମହାରାଣୀ ଦିୟା କୁମାରୀଙ୍କ ପୁତ୍ର | ତାଙ୍କୁ ଯେତେବେଳେ ୪ ବର୍ଷ ହୋଇଥିଲା ସେତେବେଳେ ପଢିବା ପାଇଁ ତାଙ୍କୁ ଅଜମେର ମେୟୋ କଲେଜ ପଠାଇ ଦିଆଯାଇଥିଲା | ଏହି କଲେଜ ଦେଶରେ ପୁଅ ପିଲାଙ୍କ ପାଇଁ ସବୁଠାରୁ ଭଲ ବୋର୍ଡିଙ୍ଗ ସ୍କୁଲ ବୋଲି କୁହାଯାଏ | ଏହାପରେ ତାଙ୍କୁ ବ୍ରିଟେନ ମିଲଫିଲ୍ଡ ସ୍କୁଲ ପଠାଇ ଦିଆଯାଇଥିଲା | ସେଠାରେ ପଠା ଛଡା ସେ ଅନ୍ୟାନ୍ୟ ଶିକ୍ଷା ମଧ୍ୟ ଗ୍ରହଣ କରିଥିଲେ | ୧୩ ବର୍ଷ ବୟସରେ ସେ ପୋଲୋ ଖେଳିବା ଆରମ୍ଭ କରିଥିଲେ ଏବଂ ଏଥିରେ ମହାରଥୀ ମଧ୍ୟ ହାସଲ କରିଥିଲେ | ଏହି ଦକ୍ଷତା ପାଇଁ ସେ ଭାରତୀୟ ପୋଲୋ ଟିମର କ୍ୟାପଟେନ ମଧ୍ୟ ଥିଲେ | ରାଜକୀୟ ଲୋକଙ୍କ ସହ ମିତ୍ରତା ଯୋଗୁଁ ସେ ଇଂଲଣ୍ଡ ପ୍ରିନ୍ସ ୱିଲିୟମ ଏବଂ ହେରିଙ୍କ ସହିତ ମଧ୍ୟ ପୋଲୋ ଖେଳିଛନ୍ତି | ତାଙ୍କୁ ବିଶ୍ୱକପ ପୋଲୋ ଟିମରେ “the youngest ever player” ପୁରସ୍କାର ମଧ୍ୟ ମିଳିଛି |

କିଙ୍ଗ ପଦ୍ମନାଭ ସିଂହ ଆଡ଼ଭାନ୍ସ ଷ୍ଟଡି ପାଇଁ ନ୍ୟୁୟର୍କ ୟୁନିଭର୍ସିଟିରେ ଲିବେରାଲ ଆର୍ଟ୍ସରେ ଡିଗ୍ରୀ ହାସଲ କରିଛନ୍ତି | ରୋମ ୟୁନିଭର୍ସିଟି ଅଫ ମ୍ୟୁଜିଓଲୋଜି ଆଣ୍ଡ ଆର୍ଟ୍ସ ପଢିଥିଲେ | ବିଜନେସ ଇନସାଇଡ଼ର ରିପୋର୍ଟ ଅନୁସାରେ କିଙ୍ଗଙ୍କୁ ତାଙ୍କ ସାଙ୍ଗମାନେ ତାଙ୍କୁ ପାଚୋ ଡାକୁଥିଲେ | ଏହା ଏକ ଖାସ ସ୍ପେନିସ ନାଁ |

ପୋଲୋ ଛଡା କିଙ୍ଗ ପଦ୍ମନାଭ ସିଂହ ଆଉ ଏକ ସଉକ ପାଇଁ ଇନ୍ଟରନ୍ୟାଶନାଲ ଖ୍ୟାତି ଅର୍ଜନ କରିଛନ୍ତି | ତାହା ହେଲା ଟଙ୍କାଟା ଫ୍ୟାସନ ସେନ୍ସ | ସେ ମଡେଲିଂ ମଧ୍ୟ କରନ୍ତି | ସେଥିପାଇଁ କମ ବୟସରେ ମଧ୍ୟ ସେ ଇନ୍ଟରନ୍ୟାଶନାଲ ମଡେଲିଂର ଜଣାଶୁଣା ଚେହେରା ପାଲଟିଛନ୍ତି | ସେ ଇଟାଲୀ ମିଲାନରେ ଅର୍ମନୀ ଓ ଡାଲ୍ଚେ ଗବ୍ବାନା ଭଳି ବ୍ରାଣ୍ଡ ପାଇଁ ରାମ୍ପ ୱାର୍କ କରି ସାରିଛନ୍ତି |

ପିଙ୍କ ସିଟିର ଏହି ଯୁବ ମହାରାଜଙ୍କୁ ଭ୍ରମଣର ବହୁତ ସଉକ ରହିଛି | ପର୍ଯ୍ୟଟନ କ୍ଷେତ୍ରରେ ସେ ଦୁନିଆର ସଂସ୍କୃତିକୁ ବୁଖିବାକୁ ଚେଷ୍ଟା କରିଛନ୍ତି | ଦେଶମାନଙ୍କ ମଧ୍ୟରେ ତାଙ୍କୁ ଇରାନ ବହୁତ ପସନ୍ଦ | ଇରାନ ସହିତ ପଦ୍ମନାଭ ସିଂହଙ୍କର କିଛି ବ୍ୟକ୍ତିଗତ ସ୍ମୃତି ଜଡିତ ରହିଛି ବୋଲି କୁହାଯାଏ |

କିଙ୍ଗ ପଦ୍ମନାଭ ସିଂହ ନିଜ ଦାୟିତ୍ୱକୁ ମଧ୍ୟ ବେଶ ଭଲ ଭାବେ ବୁଝିଛନ୍ତି | ସେ ଝିଅମାନଙ୍କ ଶିକ୍ଷା ପ୍ରତି ବିଶେଷ ଦୃଷ୍ଟି ଦିଅନ୍ତି | କିଙ୍ଗଙ୍କ ମା ମଧ୍ୟ ସ୍ତ୍ରୀ ଶିକ୍ଷା ସହିତ ଜଡିତ | ତାଙ୍କ ସ୍ବର୍ଗୀୟ ଜେଜେମା ରାଜମାତା ପଦ୍ମିନୀ ଦେବୀ ମଧ୍ୟ ସ୍ତ୍ରୀ ଶିକ୍ଷା ଉପରେ ଖୁବ ଜୋର ଦେଉଥିଲେ |

ଜୟପୁର ରାଜକୀୟ ପରିବାରର ୩୦୩ତମ ବଂଶଜଙ୍କୁ ସୁଜାନ ରାଜମହଲ ପ୍ରତି ଖାସ ଦୁର୍ବଳତା ରହିଛି | ରାଜଘରାନାର ବ୍ୟକ୍ତିଗତ ପେଲେସ ବର୍ତ୍ତମାନ ବହୁତ ଭାଗ ହୋଟେଲରେ ପରିଣତ ହୋଇଛି | ଏଥିରୁ ଗୋଟିଏ ଭାଗ ଏବେ ମଧ୍ୟ ରାଜପରିବାର ପାଇଁ ସୁରକ୍ଷିତ ଅଛି |

   Related Posts